www.samajalive.in
Saturday, December 6, 2025
16.1 C
Bhubaneswar

ବିତିଗଲାଣି ୨ବର୍ଷ; ଆଜି ବିଜୟଙ୍କ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ତାରିଖରେ କେନ୍ଦ୍ରାପଡ଼ା ଜିଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ। ଦଶମ ଶ୍ରେଣୀରେ ପଢ଼ିଲାବେଳେ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କଲେ । ଚାକିରି ସହିତ ପାଠ ମଧ୍ୟ ପଢ଼ିଲେ।

କଲେଜର ପ୍ରଥମ ବର୍ଷରେ ନାଟକରେ ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି ସେ ସଫଳତା ପାଇ ଚାଲିଲେ । ସାଙ୍ଗମାନଙ୍କୁ ନେଇ “ଯୁଗେଚ୍ଛା ନାଟ୍ୟ ସଂସ୍ଥା” ନାମକ ଅନୁଷ୍ଠାନ ଗଢ଼ି ଅଧିକ ନାଟକ ମଞ୍ଚସ୍ଥ କଲେ । ଅଭିନୟରେ ଆଗକୁ ବଢିବା ପାଇଁ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ଜାତୀୟ ମେଧା ବୃତ୍ତି ପାଇଲେ। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକାର ବସନ୍ତ ମହାପାତ୍ରଙ୍କ ଡାକରାରେ ସେ କଟକ ଚାଲି ଆସିଲେ।

- Advertisement -

୧୯୭୭ ମସିହା ଜାନୁଆରୀ ୧୪ତାରିଖରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ବିଜୟ ମହାନ୍ତି ଯୋଗ ଦେଇଥିଲେ। ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ। ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାଶ ପ୍ରଥମେ ମୁକ୍ତିଲାଭ କରିଥିଲା। ନାଗଫାଶରେ ତାଙ୍କ ଖଳନାୟକ ଚରିତ୍ର ଦେଖି ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା। ଏହାପରେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ। ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ସେ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛନ୍ତି । ୨୦୨୦ ଜୁଲାଇ ୨୦ରେ ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories