www.samajalive.in
Saturday, December 6, 2025
14.1 C
Bhubaneswar

ସାରିଗାଡ଼ା ଘାଟିରୁରୁ ଖସିଲା ବିରାଟ ପଥର

ଗୁଣୁପୁର: ରାୟଗଡା-ଗଜପତି ଜିଲ୍ଲା ସୀମାନ୍ତ ସାରିଗାଡା, କୁରୁଣ୍ଡି, ଲିକିଟି ପଦର ପ୍ରଧାନମନ୍ତ୍ରୀ ରାସ୍ତାରେ ବାଟ ଓଗାଳିଛି ବିରାଟ ପଥର । ଲଗାଣ ବର୍ଷା ପ୍ରଭାବରେ ସାରିଗାଡା ଘାଟିରୁ ଏକ ବିରାଟ ପଥର ଖସିଥଇବା ଦେଖିବାକୁ ମିଳିଛି । ପଥର  ପଡ଼ିବା ଫଳରେ ଲିକିଟିପଦର ଭାୟା କୁରୁଣ୍ଡୀ, ସାଙ୍କରି ହୋଇ ସାରିଗାଡ଼ା ପରିମଳ ଛକକୁ ଯିବା ରାସ୍ତାରେ ଏବେ ଗାଡ଼ି ଚଳାଚଳ ଠପ ହୋଇଯାଇଛି । ଏଣୁ ଏହି ପଥର ହଟାଇବା ପାଇଁ ଗୁଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏଠାକାର ଲୋକମାନେ ଅନୁରୋଧ କରିଛନ୍ତି ।

ଗତ ଲଗାଣ ବର୍ଷାରେ ଲିକିଟି ପଦର ପଞ୍ଚାୟତର ମୁଷ୍କି ଏବଂ ସାରିଗାଡ଼ା ଠାରେ ବାଦଲ ଫଟା ବର୍ଷା ହେବାରୁ ଅନେକ ଚାଷ ଜମି ଏବେ ବାଲିଚର ହେବା ସହ ଜମିର ଚିହ୍ନ ମଧ୍ୟ ଜଣା ପଡୁନାହିଁ ।  ଲୋକେ ନିଜ ନିଜ ଜମିରେ ଧାନ ବୁଣା ବୁଣି କରିବା ସହ ତଳି ମଧ୍ୟ ପକାଇଥିଲେ ଏବେ ସେ ସବୁ ଜମିରେ ପାହାଡି ପାଣି ପଶି ନଷ୍ଟ କରିଦେଇଛି । କେମିତି ବଞ୍ଚିବେ କେମିତି ଦିନ କାଟିବେ ଏବେ ଏଠାକାର ଲୋକେ ଚିନ୍ତାରେ ଥିବା ଦେଖିବାକୁ ମିଳିଛି ।

- Advertisement -

କେବଳ ରାୟଗଡ଼ା ଜିଲ୍ଲା ନୁହଁ ଏହି ପ୍ରବଳ ବର୍ଷାରେ ଜିଲ୍ଲା ସୀମାନ୍ତ ଗଜପତିର ପରିମଳକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ରାସ୍ତାର ରଙ୍ଗମାଟି, ନାଗିଡିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି, ଜମି ମଧ୍ୟ ବାଲି ଚୋର କରିଦେଇଛି । ଏଣୁ ସରକାର ତୁରନ୍ତ ଏହି ରାସ୍ତା ମରାମତି କରିବା ସହ ନଷ୍ଟ ହୋଇଥିବା ଚାଷ ଜମିର କ୍ଷୟକ୍ଷତି ଆକଳନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories