www.samajalive.in
Saturday, December 13, 2025
27.1 C
Bhubaneswar

ଭୁବନେଶ୍ବର ହକି ପାଇଁ ବହୁତ ବଢିଆ ସ୍ଥାନ, ଫିଟ୍‌ନେସ ଉପରେ ଦଳ ସର୍ବାଧିକ ଗୁରୁତ୍ବ ଦେଉଛି : ଅମିତ

କଟକ : ହକିରେ ଫିଟ୍‌ନେସର ଗୁରୁତ୍ବ ବହୁତ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶିକ୍ଷଣ ଶିବିରରେ ଫିଟ୍‌ନେସ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ପ୍ୟାରିସ ଅଲିମ୍ପିକ୍‌ସ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ କହିଛନ୍ତି।

ଭୁବନେଶ୍ବର ହକି ପାଇଁ ବହୁତ ବଢିଆ ସ୍ଥାନ। ଏଠାରୁ ଆମେ ଭଲ ଭାବେ ପ୍ରସ୍ତୁତି କରିବାରେ ସହାୟକ ହୋଇଛି। ଶିବିରରେ ଫିଟ୍‌ନେସ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ପ୍ରୋ ଲିଗ୍‌ ହକିର ୟୁରୋପ ଗସ୍ତ ଉପରେ ଆମେ ଏବେ ନଜର ଦେଇଛୁ। ଶିବିରରେ ବିଭିନ୍ନ ବିଭାଗ ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ଗୋଲରକ୍ଷକ, ଡ୍ରାଗ୍‌ ଫ୍ଳିକର, ଫରୱାର୍ଡ ଆଦି ବିଭାଗ ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବୋଲି ଅମିତ କହିଛନ୍ତି। ଟୋକିଓ ଅଲିମ୍ପିକ୍‌ସରେ ଦଳର ଭଲ ପ୍ରଦର୍ଶନ ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି।

- Advertisement -

ପ୍ୟାରିସ ଅଲିମ୍ପିକ୍‌ସ ଲାଗି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।  କଳିଙ୍ଗ ଷ୍ଟାଡ଼ିୟମରେ ଓସ୍‌ଜା ପକ୍ଷରୁ ଆୟୋଜିତ ଶୁଭେଚ୍ଛା ସମାରୋହ ଅବସରରେ ଅମିତ ପ୍ୟାରିସ ଅଲିମ୍ପିକ୍‌ସ ଲାଗି ଶୁଭେଚ୍ଛା ଜଣାଇଥିବାରୁ ଓସ୍‌ଜାକୁ ଧନ୍ୟବାଦ ଦେଇଥିଲେ। ହକି ଦଳକୁ ଶୁଭେଚ୍ଛା ଜଣାଇଥିବାରୁ ବହୁତ ଖୁସି ଲାଗୁଛି। ଉକ୍ତ ଶୁଭେଚ୍ଛା ଆମକୁ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ବୋଲି ଅମିତ କହିଛନ୍ତି।

ପ୍ୟାରିସ ଅଲିମ୍ପିକ୍‌ସ ଲାଗି ଏବେ ଖେଳାଳି ମନୋନୟନ ହୋଇନାହିଁ। ଏବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଉପରେ ଗୁରୁତ୍ବ ଦେଉଛୁ। ତା ପରେ ପ୍ୟାରିସ ଅଲିମ୍ପିକ୍‌ସ ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯିବ ବୋଲି ଅମିତ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories