www.samajalive.in
Friday, December 5, 2025
17.1 C
Bhubaneswar

ପାଣି ବାଲ୍ଟିରେ ଲୁଚି ବସିଥିଲା ମୃତ୍ୟୁ ; ଚାଲିଗଲା ୪ ବର୍ଷ ଶିଶୁର ଜୀବନ

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସାମାନ୍ୟ ଅସାବଧାନତା ହେତୁ ଏକ ୪ ବର୍ଷ କୋମଳ ଶିଶୁର ଜୀବନ ଚାଲି ଯାଇଛି। ଖେଳୁଥିବା ସମୟରେ ହଠାତ ବୈଦ୍ୟୁତିକ ପାଣି ଗରମ ଯନ୍ତ୍ର ଦ୍ୱାରା ପାଣି ଗରମ ହେଉଥିବା ବାଲ୍ଟିକୁ ସ୍ପର୍ଶ କରି ଦେବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ଜୀବନ ଚାଲି ଯାଇଛି। ଘଟଣାରେ ପରିବାର ସହ ଆଖପାଖ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଘଟଣାଟି ଭୋପାଳର କୋଲାର ଥାନା ଅଞ୍ଚଳର। ପରିବା ବିକ୍ରି କରୁଥିବା ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଦୁଇ ଶିଶୁଙ୍କ ସହ ଏହି ଅଞ୍ଚଳରେ ବାସ କରନ୍ତି। ତାଙ୍କ ଦୁଇ ଶିଶୁଙ୍କ ମଧ୍ୟରେ ୪ ବର୍ଷର ଝିଅ ବୁଧବାର ଦିନ ନିକଟରେ ପଡୋଶୀଙ୍କ ଘରେ ଖେଳୁଥିଲା। ଖେଳୁଥିବା ସମୟରେ ଭୁଲ ବଶତଃ ସେ ପାଣି ଗରମ ହେଉଥିବା ଯନ୍ତ୍ରକୁ ସ୍ପର୍ଶ କରି ଦେଇଥିଲେ। ପଡୋଶୀ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଜଣାଇବା ସହ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories