www.samajalive.in
Saturday, December 6, 2025
15.1 C
Bhubaneswar

ସଂସଦରେ ଶ୍ରୀମନ୍ଦିର ନିକଟରେ ଖନନକୁ ବିରୋଧ କଲେ ଅପରାଜିତା, ପିନାକୀ କହିଲେ ହେଉଛି ଟଏଲେଟ୍‌

ଭୁବନେଶ୍ବର: ଲୋକସଭାରେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ ଉଠାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ନିକଟରେ ଖୋଳା ଯାଉଥିବା କାର୍ଯ୍ୟକୁ ଗୃହରେ ଅପରାଜିତା କଡ଼ା ବିରୋଧ କରିଥିବା ଦେଖିବାକୁ ମିଳିଛି । ଅପରାଜିତା ସଂସଦରେ କହିଛନ୍ତି ଏନଏମଏ ଅନୁମତି ବିନା ଶ୍ରୀମନ୍ଦିର ନିକଟରେ ଖନନ କାର୍ଯ୍ୟ ଚାଲିଛି । ଯାହାକି ନିୟମ ବିରୋଧୀ ବୋଲି ସଂସଦରେ ସିଧାସିଧା ଅପରାଜିତା ଅଭିଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବେଆଇନ୍‌ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ କାର୍ଯ୍ୟ କରାଯାଉଛି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ ଚଳାଇଛନ୍ତି ।

ବିକାଶ କାର୍ଯ୍ୟ ହେଉ କିନ୍ତୁ ଆଇନ ପରିଧି ଭିତରେ ହେଉ ବୋଲି ସାଂସଦ ଅପରାଜିତା କହିବା ସହ ଏହି ବେଆଇନ୍‌ ଖନନକୁ ବନ୍ଦ କରାଯାଉ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ଅନ୍ୟପଟେ ସଂସଦରେ ଅପରାଜିତାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପିନାକୀ ତାଙ୍କ ଉତ୍ତରରେ କହିଛନ୍ତି ଶ୍ରୀମନ୍ଦିର ନିକଟରେ କିଛି ଖନନ ହେଉନି । କେବଳ ୪ଟି ଟଏଲେଟ ତିଆରି ହେଉଥିବା ପିନାକୀ ତାଙ୍କ ଉତ୍ତରରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ନିର୍ମାଣ ଯୋଗୁ ମନ୍ଦିର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏନଏମଏ ଏନଓସିରେ କାମ ହେଉଥିବା ପିନାକୀ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories