www.samajalive.in
Saturday, December 6, 2025
16.1 C
Bhubaneswar

ପୋଲ ତଳକୁ ବସ୍‌‌ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ଭୋପାଳ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ପୋଲ ଉପରୁ ତଳକୁ ଏହି ଯାତ୍ରୀବାହୀ ବସ୍‌‌ ଖସିପଡିବାରୁ ପ୍ରଥମେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ପରେ ଘଟଣା ସ୍ଥଳରେ କେବଳ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦-୨୫ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ପ୍ରଶାସନ କହିଛି। ମୃତକଙ୍କ ମଧ୍ୟରେ ନଅ ଜଣ ମହିଳା, ୩ ଶିଶୁ ୯ ଜଣ ପୁରୁଷଙ୍କ ସହ ୨୨ ଜଣ ଅଛନ୍ତି। ସମସ୍ତ ମୃତକ ଖରଗୋନ ଅଞ୍ଚଳର ବୋଲି କୁହାଯାଉଛି। ଖରଗୋନ ଜିଲାରେ ଏହି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ବୋରାଡ ନଦୀ ଉପରେ ତିଆରି ଏକ ପୋଲ ଉପରେ ଯାଉଥିବା ଏହି ଯାତ୍ରୀବାହୀ ବସ୍‌‌ ପ୍ରାୟ ୫୦ ଫୁଟ୍‌‌ ତଳକୁ ଖସିପଡିଥିଲା। ଦୁର୍ଘଟଣାରେ ଯାତ୍ରୀଙ୍କ ସହ ଚାଳକ ଓ ଅନ୍ୟ ବସ୍‌‌ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟାରେ ଏହି ଦୁର୍ଘଟଣା ଘଟିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ , ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପାଇଁ ୪ ଲକ୍ଷ, ଗୁରୁତରଙ୍କ ପାଇଁ ୫୦ ହଜାର ଓ ସାଧାରଣ ଆହତଙ୍କ ପାଇଁ ୨୫ ହଜାର ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଘଟଣାର ସଠିକ୍‌‌ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ସୂଚନା ଅନୁଯାୟୀ, ବସଟି ଦୁର୍ଘଟଣା ହେବା ମାତ୍ରେ ଖବର ପାଇ ଅଧିକାରୀ, ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି।

ବସ୍‌‌ଟି ଖରଗୋନ ଜିଲାରୁ ଇନ୍ଦୌର ଯାଉଥିଲା। ଏହି ଦୁର୍ଘଟଣା ଖରଗୋନ-ଠୀକରି ମାର୍ଗରେ ହୋଇଛି। ବସଟି ନଦୀ ଉପରେ ତିଆରି ପୋଲ ଉପରେ ଯାଉଥିବା ସମୟରେ ପୋଲ ତଳକୁ ଖସି ପଡିଥିଲା। ବସ୍‌‌ରେ ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ଘଟିବା ମାତ୍ରେ ଖୁବ ଜୋରରେ ଶବ୍ଦ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories