www.samajalive.in
Friday, November 14, 2025
25.1 C
Bhubaneswar

ନବୀନ – ନୀତୀଶ ଭେଟ : ଆମେ ପୁରୁଣା ବନ୍ଧୁ..

ଭୁବନେଶ୍ୱର : ଓଡିଶା ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ଭୁବନେଶ୍ୱର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ ବିମାନବନ୍ଦରରୁ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି। ସାକ୍ଷାତ ପରେ ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ। ପୁରୁଣା ସମ୍ପର୍କ ଆମର। ଆମେ ପୁରୁଣା ବନ୍ଧୁ। ନବୀନ ବାବୁଙ୍କୁ ଭେଟିବାକୁ ଅନେକ ଦିନରୁ ଇଚ୍ଛା ଥିଲା। ଆଜି ଦେଖା ହେଲା ଦୁଇ ପୁରୁଣା ବନ୍ଧୁ କଥା ହେଲୁ। ପରସ୍ପର ଭିତରେ ବହୁତ ଭଲ ସମ୍ପର୍କ ଆମର। ବାଜପେୟୀଙ୍କ ସରକାରରେ ଆମେ ଉଭୟ ମନ୍ତ୍ରୀ ଥିଲୁ। ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନାହିଁ। ନବୀନ ବାବୁଙ୍କୁ ଭେଟିବାକୁ ଅନେକ ଦିନରୁ ଇଚ୍ଛା ଥିଲା। ପରସ୍ପର ଭିତରେ ବହୁତ ଭଲ ସମ୍ପର୍କ ଆମର ବୋଲି ନୀତୀଶ କହିଛନ୍ତି।
ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଜମି ଯୋଗାଇବୁ। ପୁରୀରେ ବିହାର ଭବନ ପାଇଁ ଦେଢ ଏକର ଜମି ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଜମି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିହାରରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସେଠାରେ ରହିବେ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories