www.samajalive.in
Saturday, December 6, 2025
17.1 C
Bhubaneswar

ଗୁଳିବିନିମୟରେ ୩ ମାଓବାଦୀ ମୃତ ; ଡିଏସ୍‌‌ପି ଆହତ, ମାଓପୋଷ୍ଟର ଠାବ

ଭବାନୀପାଟଣା : କୁମ୍ବିଂ ବେଳେ ମଙ୍ଗଳବାର ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏକେ-୪୭ ଜବତ ହୋଇଛି। ରାମପୁର ଥାନା ତାପରେଙ୍ଗ- ଲୁଡେନଗଡ ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କ ପାଲଟା ଗୁଳିମାଡରେ ଜଣେ ଏସଆଇଡବ୍ଲ୍ୟୁର ଜଣେ ଡିଏସ୍‌‌ପି ଆହତ ହୋଇଛନ୍ତି। ଆହତ ଡିଏସ୍‌‌ପିଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ,କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ଗୁଳି ବିନିମୟ ବେଳେ ଜଣେ ଡିଏସପିଙ୍କୁ ଗୁଳି ବାଜିଥିବା ଜଣାପଡିଛି । ଡିଏସପି ଅତୁଲ ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଉଛି । ଟାପରାଙ୍ଗ ଜଙ୍ଗଲରେ ମାଓବାଦୀଙ୍କ ଏକ ବୈଠକ ଚାଲିଥିବା ବେଳେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ସେଥିରେ ଏକାଧିକ ମାଓବାଦୀ ମଧ୍ୟ ମୃତାହତ ହୋଇଛନ୍ତି । ଅନ୍ୟ ପକ୍ଷରେ ଭବାନିପାଟଣା ସହର ଅନତି ଦୂରରେ ମାଓ ପୋଷ୍ଟର ଠାବ ହୋଇ ହେଇଛି। ସହର ଉପକଣ୍ଠ ଗୋଡଭଟା ଛକରେ ଏକ ପୋଷ୍ଟର ଲଗାଇ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । ବେକାରଙ୍କୁ ନିଯୁକ୍ତି , ଜଙ୍ଗଲଜାତ ଦ୍ରବ୍ୟରୁ ଜିଏଷ୍ଟି ହଟାଯିବା ଆଦି ପୋଷ୍ଟରରେ ଉଲ୍ଲେଖ ଅଛି । କଳାହାଣ୍ଡି ଏସପି ଅଭିଳାଷ ଜି ମଦନପୁର ରାମପୁରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories