www.samajalive.in
Saturday, December 6, 2025
23.1 C
Bhubaneswar

ଲାଲ କବାଟ.. ଆଉ ଥରେ ମଞ୍ଜୁଲିକା ‘ଭୁଲ୍‌ ଭୁଲୈୟା ୩’ର ଟିଜର ହେଲା ରିଲିଜ୍‌, ଦୀପାବଳିରେ କରିବ ଧମାକା..

ମୁମ୍ବାଇ : ଖୁବ୍‌ ଶୀଘ୍ର ଆସୁଛି ‘ଭୁଲ୍‌ ଭୁଲୈୟା ୩’। ଚଳିତ ବର୍ଷର ଦୀପାବଳିରେ ସିନେମା ଘରେ ଜବରଦସ୍ତ ଧମାକା କରିବ । ନିକଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିଲା । ଏହାପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢି ଚାଲିଛି । ଏବେ ଫିଲ୍ମର ନିର୍ମାତାମାନେ ୧ ମିନିଟ୍‌ ୪୬ ସେକେଣ୍ଡର ଏକ ନୂଆ ଟିଜର୍‌ ରିଲିଜ୍‌ କରିଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ୱର ଓ ମଞ୍ଜୁଲିକାଙ୍କ ଲୁକ୍‌ରେ ବିଦ୍ୟା ବାଲନ୍‌ ନଜର ଆସୁଛନ୍ତି। ଟିଜର୍‌କୁ ଦେଖି ପ୍ରଶଂସକ ଦୀପାବଳିରେ ଜବରଦସ୍ତ ଧମାକା ହେବ ବୋଲି ସୋସିଆଲ ମିଡିଆରେ କହିଛନ୍ତି । କିଛି ପ୍ରଶଂସକ ବିଦ୍ୟା ବାଲନ୍‌ଙ୍କୁ ମଞ୍ଜୁଲିକା ଭୂମିକାରେ ପୁଣି ଥରେ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

ମାତ୍ର ୧୪ ଦିନ ପରେ ଏହି ରାଶି ହେବେ ଭାଗ୍ୟଶାଳୀ: ବୁଧ ଚଳନ ପରେ ଚମକିବ ଭାଗ୍ୟ, ମିଳିବ ଧନ,ବ୍ୟବସାୟରେ ଉନ୍ନତି..

- Advertisement -

ଟିଜର୍‌ ଆରମ୍ଭରେ କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି, କ’ଣ ଭାବିଲ କାହାଣୀ ଶେଷ ହୋଇଗଲା? କବାଟ ବନ୍ଦ ହୁଏ ପୁଣି ଥରେ ଖୋଲିବା ପାଇଁ । ଏହାସହ ବିଦ୍ୟା ବାଲନ୍‌ଙ୍କୁ ପୁଣି ଥରେ ମଞ୍ଜୁଲିକା ଭୂମିକାରେ ନଜର ଆସିବେ ।
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଦିୱାଲୀ ଅବସରରେ ଚଳିତ ବର୍ଷ ନଭେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ‘ଭୁଲ୍‌ ଭୁଲୈୟା ୩’ରେ କାର୍ତ୍ତିକଙ୍କ ସହ ଅଭିନେତ୍ରୀ ତୃପ୍ତି ଡିମ୍ରି ଏବଂ ବିଦ୍ୟା ବାଲନ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଦିନ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ମଧ୍ୟ ରିଲିଜ୍‌ ହେବ। କେଉଁ ଫିଲ୍ମ ବାଜି ମାରିବ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦେଖନ୍ତୁ ଭିଡିଓ; ଜୀବନକୁ ବାଜି ଲଗାଇ ଚଳନ୍ତା ବାଇକ୍‌ରେ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories