www.samajalive.in
Saturday, December 6, 2025
16.1 C
Bhubaneswar

କଳାହାଣ୍ଡି ଜିଲାରେ ୟୁଟ୍ୟୁବ ପାଠପଢ଼ା, ଅନ୍ଧକୁ ଜହ୍ନ ଦେଖା

ଭବାନୀପାଟଣା : କରୋନାର ପ୍ରଥମ ଲହରରେ ପାଠପଢା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ବେଳେ କରୋନାର ଦ୍ୱିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ପୁଣିଥରେ ବ୍ୟାହତ ହୋଇଛି। ଶିକ୍ଷାବର୍ଷର ୩ ମାସ ଗଡି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍‌ ଶିକ୍ଷାଦାନ ହୋଇପାରି ନାହିଁ। ବିଶେଷ ଗୁରୁତ୍ୱ ବହନ କରୁଥିବା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଆଗେଇ ପାରୁ ନଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ୧୬ ମାସ ହେଲା ସ୍କୁଲ କାନ୍ଥ ଡ଼େଇଁ ନାହାନ୍ତି। ତାକୁ ଦୃଷ୍ଟିରେ ରଖି ଗତ ୨୧ତାରିଖ ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବରେ ଶିକ୍ଷାଦାନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଜିଲାରେ ୫ ଶହରୁ ଉର୍ଦ୍ଧ ରାଜସ୍ୱ ଗ୍ରାମ ସହ ଶତାଧିକ ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ନଥିବାରୁ ଏହି ଯୋଜନା କେତେ ସଫଳ ହେବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀା ଏହା ଅନ୍ଧକୁ ଜହ୍ନ ଦେଖା ଭଳି ବୋଲି ଲୋକେ ଆଲୋଚନା କରୁଛନ୍ତି।


ଗୋଟିଏ ପଟେ ଦାରିଦ୍ର୍ୟ ଓ ଅନ୍ୟପଟେ ଉପେକ୍ଷା ସାଙ୍ଗକୁ ମହାମାରୀ କରୋନାର କଷଣରେ ପ୍ରତିଦନ ମରିମରି ବଞ୍ଚୁଥିବା ଜିଲାର ଗରିବ ଜନସାଧାରଣ ପେଟକୁ ଦେଖିବେ ନା’ ପାଠକୁ ଦେଖିବେ ? ଏହି ପ୍ରଶ୍ନ ଅନେକଙ୍କ ମନରେ। ଜିଲାର ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ନା ଅଛି ରାସ୍ତା, ନା ଅଛି ବିଜୁଳି, ମୋବାଇଲ ଟାୱାର କଥା କିଏ ପଚାରେ କିଏ!
କଳାହାଣ୍ଡି ଜିଲାରେ ଦୁର୍ଗମ ଓ ଅପହଞ୍ଚ ଗ୍ରାମର ସଂଖ୍ୟା ପ୍ରାୟ ୫ଶହରୁ ଅଧିକ। ସେଥିରୁ ଭବାନୀପାଟଣା ବ୍ଲକ​‌େ​‌ର ୧୪, କେସିଙ୍ଗା ବ୍ଲକ​‌େ​‌ର ୧୧, କର୍ଲାମୁଣ୍ଡା ୫, ନର୍ଲା ୨୨, ଧର୍ମଗଡ ୯, ଜୁନାଗଡ ୧୦, କଲମପୁର ୧୭, କୋକସରା ୧୫, ଜୟପାଟଣା ୨୨, ମ.ରାମପୁର ୮୨ ଓ ଥୁ.ରାମପୁର ବ୍ଲକରେ ୧୬୦ଟି ଗ୍ରାମ ସମ୍ପୂଣ୍ପୂର୍ଣ୍ଣ ଦୁର୍ଗମ ଓ ଅପହଞ୍ଚ। ସରକାର ପୂର୍ବରୁ ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ପାଠପଢା ଆରମ୍ଭ କରିଥିଲେ। କିନ୍ତୁ ତାହା ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁ-ଟ୍ୟୁବ ମାଧ୍ୟମରେ ଡିଜିଟାଲ ପାଠପଢା ଆରମ୍ଭ କରିଛନ୍ତି। ଜିଲାର ମୋଟ ୨୨୬୬୭ ଟି ସ୍କୁଲରେ ୧ ଲକ୍ଷ ୮୫ ହଜାର ୬ ଜଣ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨.୪୬ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପାଠ ପଢିଥିଲେ। ଫଳରେ ସରକାରଙ୍କ ଅନ୍‌ଲାଇନ୍‌ ଶିକ୍ଷାଦାନ କଳାହାଣ୍ଡି ଜିଲାରେ କେତେ ସଫଳ ତାହା ସହଜରେ ଅନୁମାନ କରାଯାଇ ପାରେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories