www.samajalive.in
Saturday, December 6, 2025
26.1 C
Bhubaneswar

ଅମିତ କଲେଜ ଛାତ୍ରୀଙ୍କ ସର୍ପାଘାତରେ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଅମିତ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍କର ଆଜି ସର୍ପାଘାତରେ ମୃତ୍ୟୁ ହୋଇ ଯାଇଛି। କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ। ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା ଏବଂ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଅମିତ କଲେଜରେ ଶୋକର ଛାୟା ଖେଳି ଯାଇଛି। ଅପରାହ୍ନରେ ଗୁଗଲ ମିଟରେ ଏକ ଶୋକସଭା ଆୟୋଜନ କରା ଯାଇଥିଲା।

 

- Advertisement -

ଏଥିରେ ଚେୟାରମ୍ୟାନ ଅଧୀପ ନାରାୟଣ ମହାନ୍ତି, ନିର୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ଅଧ୍ୟକ୍ଷ ଡଃ ଶରତ ଚନ୍ଦ୍ର ନାୟକ, ଅଧ୍ୟାପକ ଟିକାୟତ ନାୟକ, ଚିନ୍ତନ ବ୍ରହ୍ମା, ରଥୀନ୍ଦ୍ର ମିଶ୍ର, ସୁବ୍ରତ ପତି, ଭି ଆର ରାଜୁ, ସୁଧାଂଶୁ ଶେଖର ଧଡା, ମଧୁସ୍ମିତା ବିଧାର, ଯାଜ୍ଞସେନୀ ପରିଡା, ମମତା ଜେନା , ରଶ୍ମିତା ନାୟକ, ସରୋଜ ଭୋଇ, ବିବେକାନନ୍ଦ ସେଠୀ, ଦିପ୍ତୀରାଣୀ ମହାପାତ୍ର, ଶ୍ରୀୟଙ୍କା ସାହୁ, ଡଲଫିନ ପ୍ରଧାନ, ଦୀପ୍ତିମୟୀ ନାୟକ, ସ୍ମୃତିରଞ୍ଜନ ପଣ୍ଡା, ଗଗନ ଭୋଇ, ଜସ୍ମିନ ନାୟକ, ପୁଷ୍ପାଞ୍ଜଳି ମହାନ୍ତି ରଶ୍ମିତା ସେଠୀ, ସରସ୍ବତୀ ସେଠୀ, ଜ୍ୟୋତି ରଞ୍ଜନ ତ୍ରିପାଠୀ, ଗୁରୁପଦ ନାଥ, ପ୍ରସଙ୍ଗ ଜାଲି ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହ ସୁମିତ୍ରାଙ୍କ ସ୍ମୃତି ଆଲୋଚନା କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories