www.samajalive.in
Monday, December 8, 2025
16.1 C
Bhubaneswar

ନବରଙ୍ଗପୁରରେ କରୋନା କାଳରେ ବାପା ମାଆ ହରାଇଛନ୍ତି ୫୨ ଜଣ ପିଲା

ନବରଙ୍ଗପୁର: ମହାମାରୀ କରୋନା ସମୟରେ ବହୁ ଶିଶୁ ସେମାନଙ୍କର ବାପା ମାଆଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ କିଏ ବାପାକୁ ହରାଇଛି ତ ଅନ୍ୟକିଏ ମାଆଙ୍କୁ ହରାଇଛି। ନବରଙ୍ଗପୁର ଜିଲାରେ ଏଭଳି ୫୨ଜଣ ପିଲା ରହିଥିବା ସରକାରୀ ଭାବେ ଜଣାପଡିଛି। କରୋନା କାଳରେ ଗତ ୨୦୨୦ ମସିହାର ଏପ୍ରିଲ ୨୦ ତାରିଖରୁ ଆଜି ପର୍ଯ୍ୟନ୍ତ ଜିଲାର ୫୨ ଜଣ ୦ରୁ ୧୮ ବର୍ଷର ଶିଶୁ ଓ ବାଳକ ବାଳିକା ବାପା ମାଆ ଛେଉଣ୍ଡ ହୋଇଛନ୍ତି। ଜିଲା ପ୍ରଶାସନ ନିର୍ଦ୍ଦେଶରେ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବାପା ମାଆ ହରାଇଥିବା ଶିଶୁ ଓ ବାଳକ ବାଳିକାମାନଙ୍କର ଚିହ୍ନଟ କରାଯାଇଛି। ଏହି ସମସ୍ତ ଚିହ୍ନଟ ୫୨ ଜଣଙ୍କୁ ଶିଶୁ ମଙ୍ଗଳ କେନ୍ଦ୍ରରେ ହାଜର କରାଯାଇସେମାନଙ୍କର ସମସ୍ତ ତଥ୍ୟ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଇଛି। କୋଭିଡରେ ୧୬ଜଣ ପିଲା ଛେଉଣ୍ଡ ହୋଇଛନ୍ତି। ଜଣେ ବାଳିକା ବାପା ମାଆଙ୍କୁ ହରାଇଥିବାବେଳେ ୧୫ ଜଣ ବାପା ମାଆଙ୍କର ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ ୬ଜଣ ବାଳିକା ଓ ୯ଜଣ ବାଳକ ରହିଛନ୍ତି। ସେହିପରି ଅଣକୋଭିଡରେ ୩୬ଜଣ ଛେଉଣ୍ଡ ହୋଇଛନ୍ତି। ୨୧ ଜଣ ବାପାମାଙ୍କୁ ହରାଇଥିବାବେଳେ ସେଥିମଧ୍ୟରେ ୧୬ଜଣ ବାଳିକା ଓ ୫ଜଣ ବାଳକ ରହିଛନ୍ତିି। ୧୫ଜଣ ବାପାମାଙ୍କର ମଧ୍ୟରୁ ଜଣଙ୍କୁ ହରାଇଥିବାବେଳେ ସେଥିରୁ ୧୦ଜଣ ବାଳିକା ଓ ୫ଜଣ ବାଳକ ରହିଛନ୍ତିା ଏହି ଚିହ୍ନଟ ୫୨ ଜଣ ଛେଉଣ୍ଡ ପିଲାଙ୍କର ମଧ୍ୟରୁ ୧୫ଜଣଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଛି। ୨୨ଜଣଙ୍କୁ ମାସିକ ୨ହଜାର ଟଙ୍କା ଆର୍ଥୀକ ସହାୟତା ଦିଆଯାଉଛି। ୬ଜଣ ପିଲା ନିଜପରିବାର ରେ ରହୁଥିବାବେଳେ ୯ଜଣ ବାପା କିମ୍ବା ମାଆଙ୍କର ପାଖରେ ରହୁଥିବା ଜଣାଯାଇଛି। ନବରଙ୍ଗପୁର ଜିଲାର ୧୦ଟି ବ୍ଲକ ମଧ୍ୟରୁ ୮ଟି ବ୍ଳକରେ ଏହି ଛେଉଣ୍ଡ ପିଲା ଚିହ୍ନଟ କରାଯାଇଛି।

ନବରଙ୍ଗପୁର ବ୍ଳକରେ ୧୧ ଜଣ, ନନ୍ଦାହାଣ୍ଡି ବ୍ଳକରେ ୭ଜଣ, ତେନ୍ତୁଳିଖୁଣ୍ଟି ବ୍ଳକରେ ୩ଜଣ, ପାପଡାହାଣ୍ଡି ବ୍ଲକରେ ୩ଜଣ, ଉମରକୋଟ ବ୍ଳକରେ ୭ଜଣ, ରାଇଘର ବ୍ଲକରେ ୧୨ଜଣ, ଝରିଗାଁ ବ୍ଳକରେ ୭ଜଣ ଓ ଚନ୍ଦାହାଣ୍ଡି ବ୍ଲକରେ ୨ଜଣରହିଛନ୍ତି। ତେବେ କୋଷାଗୁମୁଡା ବ୍ଲକ ଓ ଡାବୁଗାଁ ବ୍ଲକରେ କେହି ଚିହ୍ନଟ ହୋଇ ନାହାନ୍ତି। ଏହି ୫୨ ଜଣଙ୍କର ମଧ୍ୟରୁ ଅନୁସୂଚୀତ ଜାତି(ଏସସି) ୬ଜଣ, ଅନୁସୂଚୀତ ଜନଜାତି(ଏସଟି) ୨୯ଜଣ, ପଛୁଆବର୍ଗ(ଓବିସି) ୬ଜଣ ଓ ସାଧାରଣ ବର୍ଗର ୧୧ ଜଣ ପିଲା ରହିଥିବା ଜଣାଯାଇଛି। ତେବେ ମହମାରୀ କରୋନା ଏହି ନିଷ୍ପାପ ପିଲାମାନଙ୍କର ଭାଗ୍ୟକୁ ଉଜାଡି ଦେଇଥିବାବେଳେ ସେମାନଙ୍କର ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ ଛିଡା ହୋଇଛି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories