www.samajalive.in
Saturday, December 6, 2025
16.1 C
Bhubaneswar

ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଭିିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 

ଯାଜପୁର : ଗୁରୁବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରଳ ମେଡିକାଲ ଅକ୍ସିଜେନ ବ୍ୟବସ୍ଥା, ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଭିିତ୍ତି ପ୍ରସ୍ତର ସ୍ଥାପନ ଭିଡିଓ କନପଂରେନ୍ସ ମାଧ୍ୟମରେ କରିଚ୍ଥନ୍ତି । ଏହି ବ୍ୟବସ୍ଥା ଦ୍ୱାରା ମେଡିକାଲ ଭିିତ୍ତି ଭୂମିର ବିକାଶ ସହ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଆମ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ଆମ କୋଭିଡ ଯୋଦ୍ଧାମାନଙ୍କର ଅକ୍ଲାନ୍ତ ଉଦ୍ୟମ, ଜନସାଧାରଣଙ୍କ ସହଯୋଗରେ କରୋନାର ୨ୟ ଲହରୀରେ ସୁଧାର ଆସିଛି । କିନ୍ତୁ ବିପଦ ହଟିନାହିଁ । କେତେକ ରାଜ୍ୟରେ ଡେଲ୍ଟା ଭାରିଆ୍ର ଲକ୍ଷଣ ଦେଖା ଦେଲାଣି ତେଣୁ ଆମ ସମସ୍ତଙ୍କୁ ସତର୍କ ଓ ସଚେତନ ହେବାକୁ ପଡିବ । ଆମ ରାଜ୍ୟରେ ବର୍ତମାନ ସୁଧା ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟୀକାକରଣ ସରିଲାଣି । ଜୀବନ ଓ ଜୀବିକାକୁ ସରକାର ଗୁରୁତ୍ୱ ଦେବା ସହ ୧୬୯୦କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ୧୫ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବା ବେଳେ ଆଜି ୮ଟି ଜିଲ୍ଲାରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ତେଣୁ ସରକାରଙ୍କର ମାର୍ଗଦର୍ଶିକାକୁ ପ୍ରତ୍ୟେକ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏଥିରେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସରକାର ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବହୁବିଧ ବ୍ୟବସ୍ଥା କରିଚ୍ଥନ୍ତି ବୋଲି କହିଥିଲେ । ଉଭୟ ପିତାମାତା କିମ୍ବା ଜଣଙ୍କର ଦେହାନ୍ତ ହେଲେ ଆଶୀର୍ବାଦ ଯୋଜନାରେ ଅସହାୟ ପିଲାମାନଙ୍କୁ ସହାୟତା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଅନ୍ୟରାଜ୍ୟକୁ ଅକ୍ସିଜେନ ଯୋଗାଇ ଜୀବନ ରକ୍ଷାକରି ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ଦେଶରେ ଉଦାହରଣ ପାଲଟିଛନ୍ତି ବୋଲି କହି ଶ୍ରୀ ପଣ୍ଡା ୩ୟ ଲହରକୁ ପ୍ରତିହତ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରିତି ରଂଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟକ ସୁନନ୍ଦା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ଭିିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲାପାଳ ଚକ୍ରୱାରୀ ସିଂହ ରାଠୋର ଏଥିରେ ଅଧ୍ୟକ୍ଷତା କରିବା ସହ ଏହି ତରଳ ଅକ୍ସିଜେନ ବ୍ୟବସ୍ଥା ଦ୍ୱାରା ଲୋକମାନେ ବହୁତ ଉପକୃତ ହେବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ, ସିଡିଏମ୍ଓ ଡା. ବିରି ନାରାୟଣ ବାରିକ, ଏଡିଏମଓ ଡା. ସୁଧାଂଶୁ ଶେଖର ବଳ, ଅନୁପ କୁମାର ନାଥଶର୍ମା, ମହାମାରୀ ବିଶେଷଜ୍ଞ ଡା. ପାର୍ଥସାରଥି ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟନାୟକ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories