www.samajalive.in
Wednesday, December 10, 2025
23.1 C
Bhubaneswar

ପାସେଞ୍ଜର ଟ୍ରେନ ଲାଇନଚ୍ୟୁଚ: ଲୋକେ ପାଇଲଟ ଆହତ, ଯାତ୍ରୀ ସୁରକ୍ଷିତ

ଭବାନୀପାଟଣା: ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁଚ ହୋଇଥିବା ସୂଚନା ମିଳିଛି। କତବାଲାସା ନିକଟରେ ପାସେଞ୍ଜର ଟ୍ରେନର ଲାନଚ୍ୟୁଚ ହୋଇଛି। ଏହି ଦୁର୍ଘଟଣାରେ ଲୋକୋ ପାଇଲଟ ଆହତ ହୋଇଥିବାବେଳେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପାସେଞ୍ଜର ଟ୍ରେନର ସମସ୍ତ ବଗି ସୁରକ୍ଷିତ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ବିଶାଖପାଟଣା ଠାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନର ଇଞ୍ଜିନ ଆଜି ସନ୍ଧ୍ୟାରେ ଆନ୍ଧ୍ରର କତବାଲାସା ନିକଟରେ ଲାଇନଚ୍ୟୁତ୍ ହୋଇଛି। ଏଥିରେ ଲୋକେ ପାଇଲଟ  ଆହତ ହୋଇଛନ୍ତି। ଟ୍ରାକ ପରିବର୍ତ୍ତନ କରିବା ସମୟରେ ପାସେଞ୍ଜର ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିଥିବା ସୂଚନା ମିଳିଛି। ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବହୁତ୍ ବଡ ଦୁର୍ଘଟଣା ଏଡାଇ ଦିଆଯାଇପାରିଲା ବୋଲି କୁହାଯାଉଛି।

- Advertisement -

ବିଜୟନଗରମ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ବରାନ୍ବୀତ କରିଛନ୍ତି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସେହି ଟ୍ରେନରେ ଭବାନିପାଟଣାକୁ ଆସୁଥିବା କିଛି ଯାତ୍ରୀ ପ୍ରକାଶ କରିଛନ୍ତି। ଏହି ପାସେଞ୍ଜର ଟ୍ରେନଟି ଆଜି ରାତି ୧୨.୪୫ରେ ଭବାନିପାଟଣା ପହଞ୍ଚିବା ନେଇ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଥିଲା। କତବାଲାସାରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହେବା ଯୋଗୁଁ ଯାତ୍ରୀମାନେ ଅନ୍ୟ ଟ୍ରେନ ସହିତ ବିଭିନ୍ନ ବସରେ ଘଟଣାସ୍ଥଳରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଆସୁଥିବା ଜଣାପଡ଼ିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories