www.samajalive.in
Wednesday, December 10, 2025
26.1 C
Bhubaneswar

୧୫ ସୁଦ୍ଧା ୨ ନିର୍ବାଚନ ଆୟୁକ୍ତ ନିଯୁକ୍ତି, ସୂଚନା ଦେଲେ କେନ୍ଦ୍ର ଆଇନମନ୍ତ୍ରୀ

ନୂଆଦିଲ୍ଲୀ : ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଆଉ ୨ ନୂଆ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ନେଇ ଯୋଜନା କରୁଛନ୍ତି ସରକାର । ଆସନ୍ତା ୧୫ ତାରିଖ ସୁଦ୍ଧା ୨ ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ । ଏନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କମିଟି ଚୂଡାନ୍ତ ନିଷ୍ପତ୍ତି ନେବ । ମାର୍ଚ୍ଚ ୧୩ କିମ୍ବା ୧୪ରେ ଚୟନ କମିଟି ବୈଠକରେ ଏନେଇ ଚୂଡାନ୍ତ ହେବ । କହିରଖୁଛୁ ସିଇସି ରାଜୀବ କୁମାରଙ୍କ ବ୍ୟତୀତ ଅନ୍ୟ ୨ ଇସି ପଦ ଖାଲି ପଡିଛି । ଅନୁପ ଚନ୍ଦ୍ର ପାଣ୍ଡେ ଫେବୃୟାରୀ ୧୪ରେ ଅବସର ନେଇଥିଲେ । ଅନ୍ୟପଟେ ଗତକାଲି ଅଚାନକ ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲ ଇସ୍ତଫା ଦେଇଥିଲେ । ଆଗକୁ ନିର୍ବାଚନ ଥିବାରୁ ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ତେଣୁ ୧୫ ତାରିଖ ସୁଦ୍ଧା ୨ ନୂଆ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ହୋଇପାରେ ବୋଲି ସୂଚନା ମିଳୁଛି ।

 

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories