ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକ

ଭବାନୀପାଟଣା: ଧର୍ମଗଡ ସହର ସନ୍ନିକଟ ବିଜୁ ଏକ୍ସପ୍ରେସ ୱେ କେବିଡି ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ମେରଘରା ଗାଁର ଶିବରାମ ହାତୀ (୫୯) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଶିବରାମ ହାତୀ, କାର୍ତ୍ତିକ  ହାତୀ ଏବଂ ତୀର୍ଥରାଜ ବାଗ ଏକ ବାଇକରେ  ଗୋଡ଼ଭଞ୍ଜା ଗୋଳେଇ ଛକ ପଟୁ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଆସୁଥିଲେ।  ସେହି ସମୟରେ କେବିଡି ଛକ ନିକଟରେ ଏକ ମାଲ ବୋଝେଇ ଟ୍ରଲର୍ ସହିତ ସେମାନଙ୍କ ଧକ୍କା ହୋଇଥିଲା।   ଫଳରେ ଘଟଣା ସ୍ଥଳରେ ହିଁ ଶିବରାମଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକେ କ୍ଷତିପୂରଣ ଦାବିରେ କେବିଡି ବିଜୁ ଏକ୍ସପ୍ରେସ ୱେରେ ରାସ୍ତା ଅବରୋଧ କରିଥିଲେ। ଖବର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

Comments are closed.