www.samajalive.in
Tuesday, December 9, 2025
15.1 C
Bhubaneswar

କୃତି କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା: ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ ପକ୍ଷ ରୁ ଆଜି ସ୍ଥାନୀୟ ଅମଲା ଭବନ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଥିଲା। ନିକଟରେ ଛତିଶଗଡ ରାୟପୁର ରେ ଅନୁଷ୍ଠିତ ୨୭ ତମ ସର୍ବଭାରତୀୟ ବନ ବିଭାଗ କ୍ରୀଡାରେ ରଜତ ଓ କାଂଶ୍ୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ହେଇଥିବା ସୁଧୀର କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ପଣ୍ଡା ଏବଂ ଶିଶିର କୁମାର ପଟ୍ଟନାୟକ ଙ୍କୁ ଏହି ଅବସରରେ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅବସରପ୍ରାପ୍ତ ବନ ଅଧିକାରୀ ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଆରସିସିଏଫ ସନ୍ତୋଷ ଯୋଶୀ, ବରିଷ୍ଠ କ୍ରୀଡାବିତ୍ ଦୁର୍ଗା ଚରଣ ମିଶ୍ର, ଶିକ୍ଷାବିତ୍ ମୂର୍ତ୍ତି ମଞ୍ଜରୀ ପଣ୍ଡା, ଜିଲ୍ଲା ଅମଲା ସଂଘ ସଭାପତି ସୁକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ କୃତି କ୍ରୀଡାବିତ୍ ମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ। ସଭା ଟି କୁ ବରିଷ୍ଠ ଉଦଘୋଷକ ରୂପ କେଶରୀ ଦଳେଇ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories