www.samajalive.in
Saturday, December 6, 2025
15.1 C
Bhubaneswar

ଭୋଟ ଗଣତି ଆରମ୍ଭ : ପୋଷ୍ଟାଲ ବାଲାଟ୍‌ରେ ବିଜେପି ଆଗୁଆ

ଭବାନୀପାଟଣା: ଆଶା ଆଶଙ୍କାରେ ନେତା। ଆଜି ପଡିବ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ। ସକାଳ ୮ଟାରୁ ବହୁ ପ୍ରତୀକ୍ଷିତ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି  ହୋଇଛି। ଭବାନୀପାଟଣା ରେ ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ଅନୁଷ୍ଠିତ ଭୋଟ ଗଣତି କରାଯାଉଛି।  ପ୍ରଥମ ପର୍ଯ୍ୟାୟ ପୋଷ୍ଟାଲ ବ୍ୟାଲଟ ରେ କଳାହାଣ୍ଡି ଲୋକସଭା ଆସନ ରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ମୋଟ ୮୮୯୬ ଭୋଟ ମଧ୍ୟରୁ ବିଜେପି ପ୍ରାର୍ଥୀ ମାଳବିକା ଦେଵୀ ଙ୍କୁ  ୪୧୯୪ ଭୋଟ ମିଳିଥିବା ବେଳେ କଂଗ୍ରେସ ର ଦ୍ରୌପଦୀ ମାଝିଙ୍କୁ ୨୧୪୭ ଭୋଟ ଏବଂ ବିଜେଡି ର ଲମ୍ବୋଦର ନିଆଲ୍ ଙ୍କୁ ୨୩୦୧ ଖଣ୍ଡ ଭୋଟ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories