www.samajalive.in
Saturday, December 13, 2025
23.1 C
Bhubaneswar

ରାସ୍ତା ସମ୍ପ୍ରସାରଣ ପାଇଁ  ଚାଲିଛି ଗଛ କଟା, ପ୍ରତିବାଦରେ ଆନ୍ଦୋଳନ ପାଇଁ ଚେତାବନୀ

ଭବାନୀପାଟଣା: ଗତ ୫ ତାରିଖ ଦିନ ଅନୁଷ୍ଠିତ ବିଶ୍ଵ ପରିବେଶ ଦିବସରେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଗଛ ଲଗାଯିବା ପାଇଁ ବିଭିନ୍ନ ମହଲରେ ଗୁରୁତ୍ଵ ପ୍ରକାଶ ପାଇଥିଲା। ଜିଲାରେ ପରିବେଶ ସନ୍ତୁଳନ ହରାଉଥିବାରୁ ବନ ବିଭାଗଠୁଁ ଆରମ୍ଭ କରି ବିଭିନ୍ନ ସରକାରୀ, ବେସରକାରୀ ସ୍ତରରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଯେଉଁ ସମୟରେ ଆଡମ୍ବରରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଥିଲା ସେହି ସମୟରେ କଳାହାଣ୍ଡିରେ ବହୁ ଗଛ କଟା ଚାଲିଥିଲା। ତା ବି କେଉଁ କୋଣ ଅନୁକୋଣରେ ନୁହେଁ। ଜିଲାର ଏକ ପ୍ରମୁଖ ରାସ୍ତାକୁ ଚଉଡା କରିବା ପାଇଁ ବ୍ୟାପକ ଗଛ କଟା ଯାଇଛି।  ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଛତିଗୁଡ଼ାରୁ କିଡିଙ୍ଗ ରାସ୍ତାରେ ବହୁ  ପୁରୁଣା ଗଛ କଟାଯାଇଛି। ପୁଣି ସେସବୁ ଗଛରେ ନିଆଁ ଲଗାଇ ଦିଆ ଯାଇଛି। ଫଳରେ ଏହି ରାସ୍ତାରେ ଏବେ ଆଉ ପୁରୁଣା ଗଛ ଦେଖିବାକୁ ମିଳୁନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତ ପ୍ରାୟ ଏକ ବର୍ଷ ଧରି ପିଡବ୍ଲୁଡି ବିଭାଗ ଦ୍ଵାରା ଏହି ରାସ୍ତାର ମରାମତି କାମ ଚାଲିଛି। କାମ ଟି କେବେ ଆରମ୍ଭ ହେଇ କେବେ ସରିବ, କେତେ ଟଙ୍କା ବ୍ୟୟ ହେବ, କେତେ ଲମ୍ବ ଓସାର ହେବ ସେନେଇ କୌଣସି ସୂଚନା ଫଳକ ନାହିଁ। ରାସ୍ତା ମରାମତି ଅଧା ପାନ୍ତରିଆ ହେଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଖାଲ ଢିପ ଡେଇଁ ଏବଂ ଧୂଳି ଧୂସରିତ ହେଇ ବାଇକ୍ ଚାଳକମାନେ  ଯାତାୟାତ କରୁଛନ୍ତି।

ଏବେ ସେହି ରାସ୍ତାର ଚଉଡା କରଣ ପାଇଁ ବ୍ୟାପକ ମାତ୍ରା ରେ ଗଛ କଟା ଚାଲିଛି। ତେବେ କେବଳ ଏହି ରାସ୍ତା ନୁହେଁ ଛତିଗୁଡ଼ା ରୁ ନର୍ଲା ରାସ୍ତାରେ ମଧ୍ୟ ବହୁ ପୁରୁଣା ଗଛ କଟା ଯାଇଛି। ଏହି ରାସ୍ତା ଚଉଡା କରିବାକୁ କାମ ଚାଲିଥିବା ରୁ ବହୁ ପୁରୁଣା ଗଛ ସବୁ କାଟି ଦିଆଯାଇଛି। ଗଛ ର ଚେର ପାଖରେ ଗାତ ଖୋଲି ସେଥିରେ ନିଆଁ ଲଗାଇ ଦିଆ ଯାଇଛି। ତେବେ ଗଛ କଟା ପାଇଁ ବନ ବିଭାଗର ଅନୁମତି ନିଆଯାଇଛି କି ନାହିଁ ତାହା ତ ଭିନ୍ନ କଥା। ତେବେ ଏକଦା  ରାସ୍ତାର ଶୋଭା ବର୍ଦ୍ଧନ କରି ପଥଚାରୀଙ୍କୁ ଛାଇ ପ୍ରଦାନ କରୁଥିବା ଗଛ ଗୁଡ଼ିକ କଟାଯିବା ପରେ ରାସ୍ତା ଦୁଇଟି ଶ୍ରୀହୀନ ହେଇ ପଡ଼ିଛି। ହେଲେ ଅନ୍ୟ ରାଜ୍ୟ ଭଳି ବଡ ଗଛ ଗୁଡ଼ିକୁ ଚେର ସହିତ ଓପାଡ଼ି ଅନ୍ୟତ୍ର ଲଗାଯିବା ବଦଳରେ କାଟି ଦିଆଯାଉଥିବାରୁ ପଥଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଯଦି ଏହି ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ ଆଳରେ ବ୍ୟାପକ ଗଛ କଟାକୁ ବନ୍ଦ କରା ନ ଯାଏ ତାହେଲେ ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରାଯିବା ସହିତ ଆନ୍ଦୋଳନ ଜରିଆରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories