ସମସ୍ତେ ଶୋଇଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ଦଶ ହଜାର ଟଙ୍କା ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି । ସାନକୁଶସ୍ଥଳୀ ନିବାସୀ ଅମର ସେଠୀଙ୍କ ପରିବାର ଲୋକେ ଶୋଇଥିବାବେଳେ କିଛି ଦୁର୍ବୁତ୍ତ ଘରେ ପଶି ବିରୁଆ କାଟି ସେଥିରେ ଥିବା ସାଢ଼େ ଦୁଇ ତୋଳା ସୁନା ଯଥା ଗୋଟିଏ କାସୁ, କାନଝୁମ୍ପି , କାନର, ଓ ନଗଦ ୧୦ ହଜାର ଟଙ୍କା ଚୋରି କରିନେଇଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ପୁଲିସ କେସ ନମ୍ବର ୧୮୫/୨୪ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି । ସେହିପରି ଉକ୍ତ ଗ୍ରାମର ଶ୍ୟାମ ସୁନ୍ଦର ବେହେରାଙ୍କ ସ୍ତ୍ରୀ ଚନ୍ଦ୍ରମା ବେହେରା ଶୋଇଥିବାବେଳେ ଦୁର୍ବୃତ୍ତମାନେ ସେ ପିନ୍ଧିଥିବା ଦୁଇ ତୋଳାର ନାନୁହାରଟି ବେକରୁ ଛଡ଼ାଇ ନେଇଯାଇଥିବା ଜଣାପଡିଛି ।

Comments are closed.