www.samajalive.in
Wednesday, December 10, 2025
14.1 C
Bhubaneswar

ଗୋଲାମୁଣ୍ଡାରେ ସାର ବେପାରୀ ଗିରଫ

ଭବାନୀପାଟଣା: ସାର କଳବେପାର କରିବା  ଅଭିଯୋଗରେ ଗୋଲାମୁଣ୍ଡା ପୋଲିସ  ଜଣେ ସାର ବ୍ୟବସାୟୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହରିୟଣା ରାଜ୍ୟ ବାସିନ୍ଦା ଜୟବୀର ସିଂ ବୋଲି ଜଣାପଡିଛି। ଗିରଫ ବ୍ୟବସାୟୀର ଗୋଦାମରୁ ୪୮୮ ବସ୍ତା ଡିଏପି, ପଟାସ, ୟୁରିଆ ସାର ଜବତ ହୋଇଛି। ଜବତ ସାରର ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠା ଯାଇଛି। ତେବେ ସେହି ବ୍ୟବସାୟୀକୁ ଗିରଫ କରି ପୋଲିସ କାମ ସାରିଦେଇ ଥିବା ବେଳେ କୃଷି ବିଭାଗର ତଦନ୍ତ ମଧ୍ୟ ଏତିକିରେ ସରିଛି। ତେବେ ଅଭିଯୁକ୍ତ ର ସହଯୋଗୀ ବ୍ୟବସାୟୀଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନିଆଗଲା ନାହିଁ।

ସୂଚନା ଅନୁଯାୟୀ ହରିୟାଣା ରାଜ୍ୟର ସମ୍ପୃକ୍ତ ବ୍ୟବସାୟୀ ଗୋଲାମୁଣ୍ଡା ତଥା ଆଖପାଖ ଅଞ୍ଚଳରେ ଗୋଦାମ କରି ସାର ବ୍ୟବସାୟ କରୁଥିଲା। ଗ୍ରାମାଞ୍ଚଳର ବିଭିନ୍ନ ଦୋକାନୀ ଙ୍କୁ ଅଧିକ ଲାଭ ର ପ୍ରଲୋଭନ ଦେଖାଇ ସେମାନଙ୍କ ମାଧ୍ୟମରେ ଚଢ଼ା ଦରରେ ସାର ବିକ୍ରି କରୁଥିଲା। ଏପରିକି ସାର  ଉଧାର ଦେଇ ପରେ ସୁଧ ସହିତ ଟଙ୍କା ଆସୁଲି କରାଯାଉଥିଲା। ଏହିପରି ସ୍ଥାନୀୟ ଅଞ୍ଚଳ ରେ ଗତ ପ୍ରାୟ ୪ ବର୍ଷ ଧରି ସେହି ବ୍ୟକ୍ତି ସାର ବ୍ୟବସାୟ କରୁଥିବା ଜଣା ପଡ଼ିଛି। ବ୍ଲକ୍ କାର୍ଯ୍ୟାଳୟ ଏବଂ କୃଷି କାର୍ଯ୍ୟଳୟ ଠାରୁ ମାତ୍ର ୩୦ ମିଟର ଦୂରରେ ସମ୍ପୃକ୍ତ ବ୍ୟବସାୟୀ ର ଗୋଦାମ ଥିଲା। ବିଭିନ୍ନ ସମୟରେ ଟ୍ରକ୍ ଟ୍ରକ୍ ସାର ସେଠାକୁ ଆସୁଥିଲା। ଅଥଚ ଏହା ବର୍ଷ ବର୍ଷ ଧରି କାହା ନଜରରେ କିପରି ପଡୁନଥିଲା ବୋଲି ସାଧାରଣରେ ବିସ୍ମୟ ସୃଷ୍ଟି ହେଉଛି।

- Advertisement -

ଅନ୍ୟପକ୍ଷରେ ଗୋଲାମୁଣ୍ଡା ବ୍ଲକ୍ ର ଫୁଣ୍ଡା, ଫରଙ୍ଗ, ବୃନ୍ଦାବହାଲ, ଦଶପୂର୍, ରେଙ୍ଗାସାପାଲି, ଗରଗାବ , ଲେତେର ପ୍ରଭୃତି ଅଞ୍ଚଳରେ କଳା ବଜାର ରେ ନିୟମିତ ସାର ବିକ୍ରି ଚାଲିଛି। ଅଥଚ ରାଜନୈତିକ ଛତ୍ରଛାୟା ତଳେ ସେମାନେ କଳାବେପାର କରୁଥିବାରୁ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି। ତେବେ ଗିରଫ ସାର ବ୍ୟବସାୟୀ ର ସହଯୋଗୀ କଳା ବେପାରୀ ଙ୍କ ବିରୁଦ୍ଧରେ କେବେ କାର୍ଯ୍ୟନୁଷ୍ଠାନ ନିଆଯିବ ତାକୁ ଅନେକେ ଅପେକ୍ଷା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories