www.samajalive.in
Tuesday, December 9, 2025
15.1 C
Bhubaneswar

୬ ଦିନ ହେଲା ଅନ୍ଧାରରେ ଧୁବୁନି ଖୋଲ ଅଞ୍ଚଳବାସୀ

ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡା ପଞ୍ଚାୟତ ଧୁବୁନି ଖୋଲ ଅଞ୍ଚଳବାସୀ ଆଜିକୁ ଛଅ ଦିନ ହେଲା ଅନ୍ଧାରରେ ଦିନ କାଟୁଛନ୍ତି । ସୂଚନା ପ୍ରକାରେ ଧୁବୁନି ଖୋଲ, ଖୁରାଗାଡୁ ଓ ଡୁଡୁଲିରେ ପ୍ରାୟ ୪୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସରକାର ବିଜୁ ଜ୍ୟୋତି, ରାଜୀବ ଜ୍ୟୋତି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଉଥିବାବେଳେ ଟାଟା ପାୱାର ଏହି ଟେଣ୍ଡର ନେଲା ପରେ ଲୋକେ ବାରମ୍ବାର ହଇରାଣ ହେଉଛନ୍ତି  । କାହାର ବିଲ୍ ଅତ୍ୟଧିକ ଆସୁଥିବାବେଳେ ବିଦ୍ୟୁତ୍ ରକ୍ଷଣା ବେକ୍ଷଣ ପାଇଁ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି । ଏହି ପରିପ୍ରେକ୍ଷୀରେ  ଅଞ୍ଚଳବାସୀ ୬ ଦିନ ହେଲା ବିଦ୍ୟୁତ୍ ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି  । ଏହି ଅଞ୍ଚଳ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ପାଚିଲା ଆମ୍ବ, ପଣସ ପାଇଁ ବନ୍ୟଜନ୍ତୁ ପ୍ରତି ଭୟ ଆଶଙ୍କା ରହୁଛି । ହେଲ୍ପ ଲାଇନ ଓ ବିଦ୍ୟୁତ୍ ବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ତେଣୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories