www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ଉପବାଚସ୍ପତି ନିର୍ବାଚନ : ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି

ଭୁବନେଶ୍ୱର : ଶାସକ ବିଜେପି ପକ୍ଷରୁ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଉପବାଚସ୍ପତି ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ ଘୋଷଣା କରିଛି। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ଶ୍ରୀ ଭୋଇ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପରାସ୍ତ କରିଥିବା ବେଳେ ୨୦୨୪ରେ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପରାସ୍ତ କରିଥିଲେ। ଦୁଇଥର ବିଧାୟକ ହୋଇଥିବାରୁ ବିଧାନସଭା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ଯେଉଁଥିପାଇଁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବିଜେପିର ବହୁ ବିଧାୟକ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories