www.samajalive.in
Sunday, December 14, 2025
16.1 C
Bhubaneswar

ଅସୁରକ୍ଷିତ ରେଳ ଲାଇନ୍ କ୍ରସିଂ: ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ

ଲାଞ୍ଜିଗଡ଼: ପୂର୍ବତଟ ରେଳପଥ ଅଧୀନସ୍ଥ ସମ୍ବଲପୁର ଡିଭିଜନର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଭାବେ ରାୟଗଡା ଜିଲ୍ଲା ଅମ୍ବାଦଳା ରେଳ ଜଙ୍କସନ ପରିଚିତ। ୨୦୦୪ ମସିହାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଠାରେ ବେଦାନ୍ତ ଆଲୁମିନା ଲିମିଟେଡ଼ ସ୍ଥାପନ ହେବା ପରେ ୨୦୧୦ ମସିହାରେ ଅମ୍ବାଦୋଳା ରେଳ ଷ୍ଟେସନରୁ ଲାଞ୍ଜିଗଡ ବେଦାନ୍ତ କମ୍ପାନୀକୁ ପ୍ରାୟ ୨୦ କିମି ଦୂର ରେଳ ଲାଇନ ସଂଯୋଗ ହୋଇଛି। ଏହି ଲାଇନ୍ ଦେଇ ଦୈନିକ ମାଲ ପରିବହନ ରେଳ ଯାତାୟତ କରୁଥିବାବେଳେ ଲାଞ୍ଜିଗଡ ବ୍ଳକ ଖମନଖୁଣ୍ଟି, ଚନ୍ଦନପୁର,ଗୋପୀନାଥ ପୁର, ଯୁଡାବନ୍ଧ,ବିଲାଟି ପଦର,ପତ୍ରାପଡା, ଲଙ୍ଗଳ ବେଡା, ହରେକୃଷ୍ଣପୁର, ରଘୁନାଥପୁର, ଛତ୍ରପୁର ଗାଁ ମୁଣ୍ଡ ଦେଇ ଗତି କରୁଛି ଏହି ଲାଇନ୍।ହେଲେ ଅଧିକାଂଶ ଗାଁରେ ଲାଇନ୍ କ୍ରସିଂରେ ସୁରକ୍ଷା ବ୍ୟବସ୍ଥା ରହିନଥିବା ବେଳେ ମୁଖ୍ୟ ସମସ୍ୟା ଦେଖାଦେଇଛି । ଯୁଡାବନ୍ଧ ଗାଁରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରହିଥିବା ବେଳେ ପ୍ରାୟ ୩୦୦ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ରେଳ ଲାଇନ କ୍ରସିଂ ହୋଇ ବିଦ୍ୟାଳୟକୁ ଅଧ୍ୟୟନ କରିବା ପାଇଁ ଆସୁଛନ୍ତି।ହେଲେ ଲାଇନ୍ କ୍ରସିଂ ସ୍ଥାନରେ କୌଣସି ଷ୍ଟୁଲ ଗେଟ ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବିପଦ ସଂକେତ ଦେଇ ଗତି କରୁଥିବା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେହିପରି ଚନ୍ଦନପୁର ଗାଁ ମୁଣ୍ଡରେ ରେଳ ଲାଇନ ଯାଇଥିବା ବେଳେ ଲାଇନ୍ କ୍ରସିଂରେ ସୁରକ୍ଷା ପାଇଁ କୌଣସି ଷ୍ଟୁଲ ଗେଟ ନାହିଁ। ଗାଁ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ସିଗ୍ନାଲ ରହିଥିବା ବେଳେ ଅପରାହ୍ନ ସମୟରେ ଗାଁ ମୁଣ୍ଡରେ ଘଣ୍ଟା ଘଣ୍ଟା ଧରି ମାଲ ପରିବହନ ଟ୍ରେନ ଲାଇନ୍ କ୍ରସିଂ ଦେଇ ଠିଆ ହେଉଛି।ଯାହା ଫଳରେ ଗୁରୁ ଗାଈ ସମେତ ଗାଁ ଲୋକେ ଚାଷ କାମ କରି ନିଜ ଘରକୁ ଫେରିବା ବେଳକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଢୁଛି।ଏନେଇ ବର୍ଷ ବର୍ଷ ଧରି ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ରେଳ ବିଭାଗ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହା ଉପରେ କଳାହାଣ୍ଡି ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories