www.samajalive.in
Monday, December 15, 2025
26.1 C
Bhubaneswar

ବନ୍ୟାଜଳ ଘେରରେ ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର

ବଡ଼ମ୍ବା :  ଲଗାଣ ବର୍ଷା ଏବଂ ହୀରାକୁଦ ଜଳ ଭଣ୍ଡାରରୁ ଜଳନିଷ୍କାସନ କାରଣରୁ ଗତ ୩ଦିନଧରି ମହାନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳସ୍ୱରୁପ କଟକ ଜିଲା ବଡ଼ମ୍ବାର ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ମନ୍ଦିର ବୁଧବାର ଅପରାହ୍ନରେ ବନ୍ୟାଜଳ ଘେରରେ ରହିଥିବା ଜଣାଯାଇଛି । ମନ୍ଦିର ବେଢା ଦେଇ ସଂନ୍ଧ୍ୟାସୁଦ୍ଧା ପ୍ରାୟ ୬ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। କୌଣସି ସମୟରେ ବନ୍ୟାଜଳ ମୁଖ୍ୟ ମନ୍ଦିର ପ୍ରବେଶ କରିବାସହ ଗର୍ଭଗୃହ ଦେଇ ପ୍ରଭାହିତ ହେବାର ଆଶଂକା ଉପୁଜିଛି। ଫଳସ୍ୱରୁପ ସେବାୟତମାନେ ମନ୍ଦିର ଭିତରୁ ଠାକୁରାଣୀଙ୍କ ସମସ୍ତ ଆସବାବପତ୍ର ସ୍ଥାନାନ୍ତର କରିସାରିଛନ୍ତି । ପରେ ରାତିରେ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ମନ୍ଦିର ନିକଟସ୍ଥ ଅସ୍ଥାୟୀ ମନ୍ଦିରକୁ ବିଜେ କରାଯାଇଛି। ପରିସ୍ଥତି ଉପରେ ପ୍ରଶାସନ ସମେତ ମନ୍ଦିର ସେବାୟତମାନେ ଅହରହ ନଜର ରଖିଛନ୍ତି । ସୂଚନାନୁଯାଇ ନଦୀଗର୍ଭରୁ ବର୍ତ୍ତମାନ ପ୍ରାୟ ୭୦ଫୁଟ ଉଚ୍ଚର ବନ୍ୟାଜଳ ମନ୍ଦିର ପାଖଦେଇ ପ୍ରବାହିତ ହେଉଥିବା ଜଣାଯାଇଛି। ବନ୍ୟା ଦୃଶ୍ୟ ଦେଖିବାକୁ ନିଶ୍ଚିତଭାବେ ଆସନ୍ତାକାଲି ମନ୍ଦିର ନିକଟରେ ଭିଡ଼ ଜମିବ। ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଭଟ୍ଟାରିକା ସେବାସୀ ନିବେଦନ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories