www.samajalive.in
Saturday, December 6, 2025
23.1 C
Bhubaneswar

ବିଦାୟ ନେବେ ମା’: ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି

ସମାଜ ଡିଜିଟାଲ ଡେସ୍କ: ସରିଲା ପୂଜା, ଆଜି ମେଲାଣି ନେବେ ମା’ ଦୁର୍ଗା । ଦେବୀଗଡା ନିକଟରେ ଓଡ୍ରାଫ୍‍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସକାଳ ୮ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡିକୁ କୁହାଯାଇଛି ।  କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ । ଏନେଇ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।  ଦେବୀଗଡ଼ାରେ ମେଢ଼ ଗୁଡିକ କିପରି ଠିକ ଭାବରେ କାଠ ଯୋଡି ନଦୀ ନିକଟ ଅସ୍ଥାୟୀ ପୋଖରୀକୁ ଯିବେ, ସେ ନେଇ ବ୍ୟବସ୍ଥା କରାଯାଇଛି ।
କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜା ଭସାଣ ଉପରେ ନଜର ରଖିବ ଡ୍ରୋନ । ଚଳିତ ବର୍ଷ ପ୍ରଥମ ଥର କମିଶନରେଟ ପୁଲିସ ଭସାଣି ରୁଟରେ ୫ଶହରୁ ଅଧିକ ସିସିଟିଭ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏକାଧିକ କଣ୍ଟ୍ରୋଲରୁମ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୁଲିସ । ସେହିପରି ପ୍ରଥମ ଥର ପାଇଁ ସିଟିସି-୬୦ ନାମରେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି । ଏହି ଟିମ୍‍ ଶଦ୍ଦ ପ୍ରଦୂଷଣ ବା ୬୦ଡେଶିବଲରୁ ଅଧିକ ଶଦ୍ଦ କରୁଥିବା ଶୋଭାଯାତ୍ରା ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି ଟିମ୍‍ ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories