ବେଗୁନିଆପଡା: ଲଘୁଚାପ ଫଳରେ ବେଗୁନିଆପଡା ଅଂଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି । ଅନ୍ୟପକ୍ଷେ ବୁଧବାର ବିଳମ୍ବିତ ରାତିଠାରୁ ଏହି ଅଂଚଳରେ ବର୍ତମାନ ସୁଦ୍ଧା ବିଦ୍ୟୁତ ସରବରାହ ବନ୍ଦ ରହିଛି । ପବନ ଫଳରେ ବେଗୁନିଆପଡା ବରିଡା ମଧ୍ୟରେ ଗୌଡ଼ ଗୌଡ଼ଣୀ ମନ୍ଦିର ନିକଟ ପୂର୍ତ୍ତ ରାସ୍ତାରେ ଦୁଇଟି ସ୍ଥାନରେ ଗଛ ପଡି ଯିବା ଫଳରେ ଗମନା ଗମନ ଠପ ହୋଇଯାଇଛି । ସ୍ଥାନୀୟ ଲୋକେ ଉକ୍ତ ଗଛକୁ କାଟି ଗମନା ଗମନର ସୁବିଧା କରିଥିବା ବେଳେ ଓଡ୍ରାଫା ଟିମ ପରେ ଆସି ରାସ୍ତା କୁ ସୁଗମ କରିଥିଲେ ।
ସେହିପରି କୋଦଳା କଞ୍ଚଣା ମୁଖ୍ୟ ରାସ୍ତା, ଶାଳବଣ, ବେଲପଡା ଓ ସୁମଣ୍ଡଳ ନିକଟରେ ମଧ୍ୟ ଗଛ ପଡି କିଛି ସମୟରେ ଗମନା ଗମନ ଠପ ହୋଇଥିଲା । ଓଡ୍ରାଫ ଟିମ ପହଂଚି ଗଛକୁ କାଟିଥିଲେ ।



