ପାଟଣା : ମହାନ କବି ସୁବ୍ରମାନିଆ ଭାରତୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ଟିକିରା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭାରତୀୟ ଭାଷା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ରାମ ଚନ୍ଦ୍ର ନାୟକ ଯୋଗ ଦେଇ ଭାଷାର ପ୍ରଚାର ପ୍ରସାରରେ ମନୁଷ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ଭ୍ରମରବର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସୁବ୍ରମାନିଆ ଭାରତୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଜୀବନୀ, ସୃଜନଶୀଳତା ଓ ଭାଷା ପ୍ରତି ଅବଦାନ ସମ୍ବନ୍ଧରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ଭାରତୀୟ ଭାଷାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, କବିତା ଆବୃତ୍ତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅସ୍ମିତା ସିହ୍ନା ପରିଚାଳନା କରିଥିଲେ ଓ ସୌମ୍ୟା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



