ଭାର୍ଗବୀରେ ଆସିଲା ପ୍ରଥମ ବନ୍ୟାଜଳ

0

ସୁଆଣ୍ଡୋ:ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସୋମବାର ଭାର୍ଗବୀ ନଦୀରେ ପ୍ରବେଶ କରିଛି । ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ସତର୍କ ସୂଚନା ଦିଆଯାଉଛି। ଲୋକମାନେ ନଦୀପଠାରେ ରଖିଥିବା ଜିନିଷ ସବୁ ଉଠେଇ ନେଉଥିବା ଦେଖିବାକୁ ମିଳିଥିଲା । ତେବେ ପଠାରେ ହୋଇଥିବା ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଭାର୍ଗବୀ ନଦୀରେ କରାଯାଇଥିବା ଗବକୁଣ୍ଡ କଟ୍ ନିକଟ ନୂଆନଈକୁ ପାଣି ଖଲାସ ହେଉଛି । ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଶହ ଶହ ଲୋକ ନଦୀ ବନ୍ଧରେ ଠିଆହୋଇ ନଈବଢି ଦେଖୁଛନ୍ତି ।

Leave A Reply