www.samajalive.in
Tuesday, December 9, 2025
15.1 C
Bhubaneswar

ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ, ବରଂ ଶରୀରକୁ ନୂତନ ଶକ୍ତି ଯୋଗାଇଥାଏ

ଭୁବନେଶ୍ୱର: ବିଶ୍ୱ ଯୋଗ ଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସହିଦନଗର ସ୍ଥିତ ଇମଫା ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଇଥାଏ। କରୋନା ସମୟରେ ବିଶ୍ୱକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ଔଷଧ ହୋଇଥିଲା। ସାଂମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ଓ ବେଶ୍ ପ୍ରାସଙ୍ଗିକତା ରହିଛି। ଜୀବନରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ହିଁ ଏକ ବୈଜ୍ଞାନିକ ପ୍ରୟୋଗ। ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱସ୍ତରରେ ଆପଣା ଯାଇପାରିଛି ବୋଲି ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଶ୍ରୀମତି ନମିତା ପାଲି, ଜ୍ୟୋର୍ତିମୟୀ ବିଶ୍ୱାଳ, ଶ୍ରୀୟା ଆଚାର୍ଯ୍ୟ, ଅବିନାଶ ରାଉତ, ସ୍ମୀତା ମହାନ୍ତି, ପ୍ରଦୀପ କୁମାର ସାହୁ, ପ୍ରମୋଦ କୁମାର ସାହୁ ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବା ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories