www.samajalive.in
Saturday, December 13, 2025
27.1 C
Bhubaneswar

‘ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ’

ରାଉରକେଲା : ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ତାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗୋପବନ୍ଧୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଆଗଭର ହେବାକୁ ଆହ୍ୱାନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ତଥା ସମାଜସେବୀ ଶାନ୍ତନୁ କୁସୁମ। ତା’ସହିତ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶ ବିନା ଏକ ବିକଶିତ ଓଡିଶାର ପରିକଳ୍ପନା କେବେ ସମ୍ଭବ ହୋଇନଥାନ୍ତା ବୋଲି ସେ କହିଛନ୍ତି। ଗୋପବନ୍ଧୁଙ୍କ ତ୍ୟାଗ ଓ ସମର୍ପଣକୁ ସମ୍ମାନ ଦେଇ ଉତ୍କଳମଣିଙ୍କୁ ଅତିଶୀଘ୍ର ଭାରତରତ୍ନ ପ୍ରଦାନ କରାଯିବା ଉଚିତ ବୋଲି ଶ୍ରୀ କୁସୁମ ଦାବି କରିଛନ୍ତି।
ଏହି ଅବସରରେ ଭିଏଚପି ନେତା ଶ୍ରୀ କୁସୁମ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଗୋପବନ୍ଧୁଙ୍କ ତ୍ୟାଗ ଓ ସମର୍ପଣମୟ ଜୀବନ ସମ୍ୱନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଆଜିଯାଏ ତାଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ପରୋକ୍ଷରେ ତାଙ୍କ ପ୍ରତି ଘୋର ଅସମ୍ମାନ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ କୁସୁମ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ସମାଜ ପ୍ରତି ତ୍ୟାଗ ଓ ସମର୍ପଣ ଭାବ ପାଇଁ ଦିନେ ଦେଶ ବିଦେଶର ବିଶିଷ୍ଟ ଲୋକମାନଙ୍କୁ ଚକିତ କରିଥିବା ଗୋପବନ୍ଧୁ କେବଳ ଜଣେ ସମାଜସେବୀ ନଥିଲେ, ଏକାଧାରରେ ସେ ଜଣେ ଉଚ୍ଚକୋଟୀର ଲେଖକ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‌, ସାମ୍ବାଦିକ ଭାବେ ସବୁ କ୍ଷେତ୍ରରେ ଦେଶବାସୀଙ୍କ ସେବାରେ ନିଜକୁ ବ୍ରତୀ କରିଥିଲେ ା ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ନିଜକୁ ସାମିଲ କରିଥିଲେ ା ତାଙ୍କ କବିତା ମାଧ୍ୟମରେ ସେ ଲୋକମାନଙ୍କୁ ବ୍ରିଟିଶମାନଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ପ୍ରେରଣା ଯୋଗାଉଥିବା ବେଳେ ସମାଜ ତଥା ମାନବ ସେବାକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ। ଲୋକଙ୍କୁ ସେବା ପାଇଁ ବହୁ ଅନୁଷ୍ଠାନ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ। ଶିକ୍ଷା ମାଧ୍ୟମରେ ହିଁ ଜଣେ ଅନ୍ଧକାରରୁ ଆଲୋକ ଆଡକୁ ଅଗ୍ରସର ହୋଇଥାଏ, ଏ କଥାକୁ ଭଲଭାବେ ବୁଝିପାରିଥିଲେ ଗୋପବନ୍ଧୁ। ସେଥିପାଇଁ ତାଙ୍କ ନେତୃତ୍ବରେ ପ୍ରତିଷ୍ଠା ହୋଇଥିଲା ସତ୍ୟବାଦୀ ବକୁଳବନରେ ବନ ବିଦ୍ୟାଳୟ। ତା’ ସହିତ ସେ ଜଣେ ଦକ୍ଷ ସାମ୍ବାଦିକ ମଧ୍ୟ ଥିଲେ। ତାଙ୍କ ଦ୍ବାରା ଓଡ଼ିଶାର ସର୍ବାଧିକ ଜନାଦୃତ ଦୈନିକ ଖବର କାଗଜ ‘ସମାଜ’ ର ସ୍ଥାପନା ହୋଇଥିବା ବେଳେ ସେ ଏହାର ସମ୍ପାଦକ ମଧ୍ୟ ଥିଲେ। ମୋଟାମୋଟି ଭାବରେ କହିବାକୁ ଗଲେ ଗୋପବନ୍ଧୁଙ୍କ ଭଳି ମହାନ ସମାଜସେବୀ ଏ ଦୁନିଆରେ ବିରଳ। ହେଲେ ସେଭଳି ଜଣେ ତ୍ୟାଗୀ, ତପସ୍ୱୀଙ୍କୁ ଆଜିଯାଏ ଭାରତରତ୍ନ ପ୍ରଦାନ କରାନଯିବା ଗୋପବନ୍ଧୁଙ୍କ ପ୍ରତି ପରୋକ୍ଷରେ ଅସମ୍ମାନ ଅଟେ। ତେଣୁ ଗୋପବନ୍ଧୁଙ୍କୁ ଅତିଶୀଘ୍ର ଭାରତରତ୍ନ ପ୍ରଦାନ କରିବା ସହିତ ତାଙ୍କ ନାମରେ ଏକ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଭିଏଚପି ନେତା ଶ୍ରୀ କୁସୁମ ଦାବି କରିଛନ୍ତି। ତା’ସହିତ ଗୋପବନ୍ଧୁଙ୍କ ଅଧୁରା ସ୍ବପ୍ନକୁ ପୂରଣ ଦିଗରେ ଅଗ୍ରସର ହେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories