www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଣବ, ନାନାଜୀ ଏବଂ ଭୂପେନ ହଜାରିକାଙ୍କୁ ‘ଭରତ ରତ୍ନ’

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପୂର୍ବ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିବକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଭବନରୁ ଜାରି ବିଜ୍ଞପ୍ତି ଅନୁସାରେ  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ଆରଏସ୍‍ଏସ୍‍ ନେତା ନାନାଜୀ ଦେଶମୁଖ ଏବଂ ବିଶିଷ୍ଟ ଗାୟକ ତଥା ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରାଯିବ। ନାନାଜୀ ଦେଶମୁଖ ଏବଂ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ମରୋଣତ୍ତର ଭାବେ ପ୍ରଦାନ କରାଯିବ।
ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରଣବ ମୁଖାର୍ଜୀ କଂଗ୍ରେସର ବରିଷ୍ଠ ନେତା ଥିଲେ। ସେ ୟୁପିଏ-୧ ଏବଂ ୟୁପିଏ-୨ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। କେତେ ମାସ ପୂର୍ବରୁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକ୍ରମରେ ସାମିଲ ହାଇଥିଲେ। ଏହାକୁ ନେଇ ବହୁ ବାଦ ବିବାଦ ଦେଖାଯାଇଥିଲା।
ସହିପରି ସଂଘ ସହ ଜଡିତ ନାନାଜୀ ଦେଶମୁଖ ପୂର୍ବରୁ ଭାରତୀୟ ଜନସଂଘର ନେତା ଥିଲେ। ୧୯୭୭ରେ ଜନତା ପାର୍ଟି ସରକାର ଗଠନ କରିବା ପରେ ସେ ମନ୍ତ୍ରୀ ପଦ ସ୍ୱୀକାର କରିନଥିଲେ। ସେ ଜୀବନ ବ୍ୟାପୀ ଦୀନଦୟାଲ ଗବେଷଣା ସଂସ୍ଥାନ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ତାଙ୍କୁ ରାଜ୍ୟସଭାର ସଦସ୍ୟ ମନୋନୀତ କରିଥିଲା। ବାଜପେୟୀଙ୍କ ସରକାର ସମୟରେ ତାଙ୍କୁ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଭୂପେନ ହଜାରିକା ପୂର୍ବୋତ୍ତର ରାଜ୍ୟ ଆସାମର ନିବାସୀ ଥିଲେ। ସେ ମୂଳ ଭାଷା ଆସାମ ସହ ହିନ୍ଦୀ, ବଙ୍ଗଳା ସମେତ ଅନେକ ଭାରତୀୟ ଭାଷାରେ ଗୀତ ଗାଇଛନ୍ତି। ଆସାମୀ ଚଳଚ୍ଚିତ୍ର ଏବଂ ସଂଗୀତକୁ ଲୋକପ୍ରିୟ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍‍ କରି ଏହି ୩ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories