www.samajalive.in
Saturday, December 6, 2025
26.1 C
Bhubaneswar

ରାଫେଲ ଭାରତ-ଫ୍ରାନ୍ସ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ: ଫ୍ରାନ୍ସ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ବୁଝାମଣାକୁ ନେଇ ଦେଖାଯାଇଥିବା ବିବାଦ ଭାରତ-ଫ୍ରାନ୍ସ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜା‌େ‌ଣ୍ଡ୍ର ଇଗଲର କହିଛନ୍ତି। ନୂଆଦିଲ୍ଲୀରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଇଗଲର ଜୟପୁରରେ ଆୟୋଜିତ ସାହିତ୍ୟ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ ରାଫେଲ ବିବାଦ ସ୍ବଳ୍ପ ସମୟର ରାଜନୈତିକ ପ୍ରସଙ୍ଗ। ଖୁବଶୀଘ୍ର ଏହାର ଅନ୍ତ ଘଟିବ। ତେଣୁ ଏହା ଦ୍ବାରା ଦୁଇ ଦେଶର ସମ୍ପର୍କ ପ୍ରଭାବିତ ହେବ ନାହିଁ। ସେ କହିଛନ୍ତି ଭାରତ-ଫ୍ରାନ୍ସର ସମ୍ପର୍କ ୭୦ବର୍ଷର ପୁରୁଣା। ଉଭୟ ଦେଶ ପରସ୍ପରର ଭଲ ଓ ମନ୍ଦ ସମୟରେ ଉପସ୍ଥିତ ରହିଆସିଛନ୍ତି। ଭାରତର ତିନି ଲକ୍ଷ ଯୁବକଙ୍କୁ ଫ୍ରାନ୍ସ ସରକାର ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛନ୍ତି। ଏହା ସହିତ ପର୍ଯ୍ୟଟନ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶର ସୁ ସମ୍ପର୍କ ରହିଛି। ଆଗାମୀ ଦିନରେ ମଧ୍ୟରେ ଏହି ସମ୍ପର୍କ ବଜାୟ ରହିବ। ଭାରତରେ ସରକାର ପରିବର୍ତ୍ତନ ହେଲେ ମଧ୍ୟ ଦୁଇ ଦେଶର ସମ୍ପର୍କ ପ୍ରଭାବିତ ହେବ ନାହିଁ ବୋଲି ଇଗଲର କହିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories