www.samajalive.in
Sunday, December 7, 2025
14.1 C
Bhubaneswar

୨୧ରେ ଭାରତ ବନ୍ଦ, ସଫଳ କରିବାକୁ ଅନୁସୂଚିତ ଜାତି ଓ ଜନଜାତି ସମାଜର ଆହ୍ବାନ

ସମାଜ ଡିଜିଟାଲ ଡେସ୍କ: ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ। ଏହାକୁ କିପରି ସଫଳ କରାଯିବ ସେ​ ନେଇ ବୈଠକରେ ଆଲୋଚନା ହୋଇଛି।

ଏହା ପୂର୍ବରୁ ୨୦ ତାରିଖ ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବ। ବୈଠକରେ କୁହାଯାଇଥିଲା ଯେ, ବାବାସାହବ ଡ. ଭୀମରାଓ ଆମ୍ବଡେକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତମାନଙ୍କୁ ଯେଉଁ ଅଧିକାର ଦେଉଛନ୍ତି, ସେଥିରେ କାଣ୍ଟଛାଣ୍ଟ କରାଯିବା ଅନୁଚିତ। ବୈଂକରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ପୂର୍ବାଞ୍ଚଳ ପ୍ରମୁଖ ରାଜେନ୍ଦ୍ର ପ୍ରସାଦଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ସତ୍ୟେନ୍ଦ୍ର ପାସଓ୍ବାନ ବୈଠକ ସଞ୍ଚାଳନ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍‌ ଦେଇ ଅବହେଳିତ, ନିଷ୍ପସିତମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ବୃହତ୍ତ ଖଣ୍ଡପୀଠ ରାୟ ଶୁଣାଇଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories