ଭାଗିରଥି ନନ୍ଦ ସେରିଫେଡ୍ ସଭାପତି ଭାବେ ନିର୍ବାଚିତ

ତିଗିରିଆ :  ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ)ର ସଭାପତି ଭାବରେ  ଭାଗିରଥି ନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ନନ୍ଦ ପୂର୍ବରୁ ତିଗିରିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ନନ୍ଦ ପୂର୍ବରୁ ୧୯୯୬ ମସିହାରେ ସଭାପତି, ୨୦୦୯ ମସିହାରେ ବୋର୍ଡ ଅଫ୍ ଡାଇରେକ୍ଟର, ୨୦୧୨ ମସିହାରେ ବୋର୍ଡ ଅଫ୍ ଡାଇରେକ୍ଟର ପଦବୀରେ ସେରିଫେଡରେ କାର୍ଯ୍ୟ କରିଛନ୍ତି। ସଭାପତି ନିର୍ବାଚିତ ହେବାପରେ ବୁଣାକାର ପରିବାରର ଉନ୍ନତି, ଟସରର କଞ୍ଚାମାଲ ଓ ଟସର ବସ୍ତ୍ର ଉତ୍ପାଦନ କିଭଳି ଭାବେ ଆଗକୁ ବଢିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

kalyan agarbati

Comments are closed.