ତିହିଡି:ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ କାମରିଆ ଗ୍ରାମରେ ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀଜଣଙ୍କ ହେଉଛନ୍ତି କମାରିଆ ଗ୍ରାମର ଦୟାନିଧୀ ସାହୁଙ୍କ ପୁଅ ସୁଦାମ ସାହୁ। ସୁଦାମ ବିଲରେ ଧାନରେ କାମ କରୁଥିବା ସମୟରେ ଅକସ୍ମାତ ବଜ୍ରପାତ ଘଟିଥିଲା ଯାହାଫଳରେ ଘଟଣାସ୍ଥଳରେ ସୁଦାମଙ୍କର ମୃତ୍ୟୁ ଘଟିଥିଲା।



