www.samajalive.in
Saturday, December 6, 2025
17.1 C
Bhubaneswar

ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନଟାପଢା ଗାଁରେ ବିଷାକ୍ତ ମାଛ ତରକାରୀ ଖାଇ ଜଣେ ନାବାଳକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ନାବାଳକ ଗୁରୁତର ହୋଇଛି। ସୂଚନା ଅନୁସାରେ ବୁଧବାର ଗାଁକୁ ମାଛ ବିକାଳି ଆସିଥିବାବେଳେ  ଦୁଇ ଶିଶୁପୁତ୍ରଙ୍କର ମା’ କନକଲତା ମାଛ କିଣି ତରକାରୀ କରିଥିଲେ।

ଏହି ତରକାରୀକୁ ଦୁଇ ଶିଶୁପୁତ୍ର ଖାଇଥିଲେ। ତରକାରୀ ଖାଇବା ପରେ ଦୁଇ ଶିଶୁପୁତ୍ରଙ୍କୁ ବୁଧବାର ସନ୍ଧ୍ୟାଠାରୁ ବାନ୍ତି ହୋଇଥିଲା। ଚିକିତ୍ସା ପାଇଁ ଗୁରୁବାର ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସୁଜିତ୍ କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଅଜିତ୍ ର ଚିକିତ୍ସା ଜାରି ରହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories