www.samajalive.in
Saturday, December 6, 2025
23.1 C
Bhubaneswar

ଗୋରୁ ଉଦ୍ଧାର ପରେ ଜାଳିଦେଲେ ପିକଅପ୍

ଭଦ୍ରକ : ଗୋରୁ ଉଦ୍ଧାର ପରେ ଜାଳିଦେଲେ ଗାଡି। ଭଦ୍ରକ ୧୬ନଂ ଜାତୀୟ ରାଜପଥ ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକମାନେ ବେଆଇନ୍ ଗୋରୁ ବୋଝେଇ ଭ୍ୟାନରେ ନିଆଁ ଲଗାଇଦେଇଛନ୍ତି। ଏପରିକି ଗୋରକ୍ଷକମାନେ ଭ୍ୟାନ୍‌ ଟିକୁ ଭଙ୍ଗା ରୁଜ୍ଜା ମଧ୍ୟ କରି ଦେଇଛନ୍ତି। ଗୋରୁ ବୋଝେଇ ପିକଅପ୍ ଗାଡିଟି ଯାଜପୁର ପାଣିକୋଇଲି ଅଞ୍ଚଳରୁ ଆସୁଥିଲା। ଖବରପାଇ ଗୋରକ୍ଷକ ମାନେ ଗାଡିକୁ ଅଟକାଇବା ସହ ୧୨ ଗୋରୁଙ୍କୁ ଉଦ୍ଧାର କରିଥିଲେ । ପରେ ଗାଡିରେ ନିଆଁ ଲଗାଇଦେଇଥିଲେ। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ଘଟଣାସ୍ଥଳରୁ ପିକଅପ୍ ଗାଡି ଡ୍ରାଇଭର ଫେରାର୍ ହୋଇଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories