www.samajalive.in
Saturday, December 6, 2025
26.1 C
Bhubaneswar

ଛଦ୍ମ ବେଶରେ ମଣ୍ଡିରେ ଜିଲ୍ଲାପାଳ: ଅନିୟମିତତା ଦେଖି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍

ଭଦ୍ରକ: ମଣ୍ଡି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଛାଟ। ହାଫ୍ ପ୍ୟାଣ୍ଟ  ଓ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ। ଆଉ ଚାଷୀ ମାନଙ୍କୁ ଧାନ ବିକ୍ରି କଥା କହିଥିଲେ। ଏହା ଶୁଣି  ୮ କେଜି କଟନୀଛଟନୀ ହେବ ବୋଲି ମଣ୍ଡି ଅଧିକାରୀ କହିଥିଲେ। ତେବେ ହାଫ୍ ପ୍ୟାଣ୍ଟ  ପିନ୍ଧା ମଣିଷ ଜଣକ ଚାଷୀ ନଥିଲେ , ସେ ଥିଲେ ଜିଲ୍ଲାପାଳ। ଭଦ୍ରକ ଜିଲ୍ଲାପାଳ ଚାଷୀ ବେଶରେ ମଣ୍ଡି ପରିଦର୍ଶନ କରିବା ସମୟରେ ବହୁ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା। ଏହାକୁ ଦେଖି ରାଗି ଯାଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ସମ୍ପୃକ୍ତ ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍  ଜାରି କରିଛନ୍ତି। ମଣ୍ଡିରେ କଟନୀ ଛଟନୀ ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍ସ ମାନଙ୍କୁ ତାଗିଦ୍ କରାଯାଉଛି। ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଥିଲେ। କିନ୍ତୁ ତାପରେ ବି କଟନୀଛଟନୀ କମିନଥିଲା।  ଯାହାକୁ ନେଇ ରବିବାର ଜିଲ୍ଲାପାଳ ନିଜକୁ ଚାଷୀର ପରିଚୟ ଦେଇ ମଣ୍ଡି ପରିଦର୍ଶନ କରିଥିଲେ। ଏବଂ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories