www.samajalive.in
Monday, December 15, 2025
14.1 C
Bhubaneswar

ରୋଗୀଙ୍କୁ ରାସ୍ତାରେ ଛାଡି ଫେରିଗଲା ଆମ୍ବୁଲାନ୍ସ! ଚିକିତ୍ସା ଦାବିରେ ରାସ୍ତାରେ ଶୋଇଲେ ମହିଳା

ବାସୁଦେବପୁର : ମେରୁଦଣ୍ଡରେ ପାଣି ଜମିଥିବାରୁ ଚିକିତ୍ସା ପାଇଁ କଟକ ଯାଇଥିଲେ ମହିଳା। ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତେବେ ଅପରେସନ ପୂର୍ବରୁ କୋଭିଡ଼ ପରୀକ୍ଷାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆମ୍ବୁଲାନ୍ସରେ ଘରକୁ ଫେରିଥିଲେ। ହେଲେ ଆମ୍ବୁଲାନ୍ସ ରୋଗୀକୁ ଘରେ ନଛାଡି ବଜାରରେ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ଫେରିଯିବା ପରେ କୋଭିଡ଼ ଚିକିତ୍ସା ଦାବି କରି ଆକ୍ରାନ୍ତ ମହିଳା ରାସ୍ତାରେ ଶୋଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏମିତି ଘଟଣା ସୋମବାର ଅପରାହ୍ଣରେ ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ବଜାର ଛକରେ ଘଟିଥିବା ନଜରକୁ ଆସିଛି।

ସୂଚନା ଅନୁଯାୟୀ; ବାଲିମୁଣ୍ଡା ପଞ୍ଚାୟତ ଅଞ୍ଚଳର ଜଣେ ମହିଳା ପାଞ୍ଚଦିନ ପୂର୍ବରୁ ମେରୁଦଣ୍ଡରେ ପାଣି ଜମିଥିବା ସହ ଅନ୍ୟ ରୋଗର ଚିକିତ୍ସା ପାଇଁ କଟକର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ କୋଭିଡ଼ ଆକ୍ରାନ୍ତ ଥିବା ଜଣାପଡିବା ପରେ ଉପଯୁକ୍ତ ଚିକିତ୍ସା ମିଳି ନଥିବା ଅଭିଯୋଗ କରିଛନ୍ତି। ଚିକିତ୍ସା ନମିଳିବାରୁ ଘରକୁ ଫେରିଆସିଥିଲେ। ତେବେ ରୋଗୀଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସ ରୋଗୀଙ୍କୁ ଠିକଣା ସ୍ଥାନରେ ନପହଞ୍ଚାଇ ବଜାରରେ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏଭଳି ଗୁରୁତର ଥିବା ରୋଗୀକୁ ରାସ୍ତାରରେ ଶୁଆଇ ଚିକିତ୍ସା ଦାବି କରି ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ବଜାରର ଉଭୟ ପାର୍ଶ୍ବରେ କିଛି ସମୟ ଗାଡିମଟର ଛିଡା ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରୋଗୀଜଣଙ୍କ କରୋନା ଆକ୍ରାନ୍ତ ଥିବା ଖବର ଲୋକଙ୍କୁ ଭୟଭିତ କରିଥିଲା।

- Advertisement -

ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ। ଘଟଣାକୁ ନେଇ ପୂର୍ବତନ ସରପଞ୍ଚ ତପନ କୁମାର ଭୂୟାଁ କହିଛନ୍ତି; ‘ଚିକିତ୍ସା ପାଇଁ ମହିଳାଜଣଙ୍କ କଟକ ଯାଇଥିଲେ। ସେଠାରେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆମ୍ବୁଲାନ୍ସରେ ଫେରିଆସିଥିଲେ। ରୋଗୀ ସମ୍ପର୍କୀୟ ରୋଗୀକୁ ଓହ୍ଲାଇବାକୁ ଯେଉଁଠି କହିଛନ୍ତି ଆମ୍ବୁଲାନ୍ସ ସେଇଠି ଓହ୍ଲାଇ ଦେଇଛି। ତା’ପରେ ଚିକିତ୍ସା ଦାବିରେ ରୋଗୀକୁ ରାସ୍ତାରେ ଶୁଆଇ ରାସ୍ତାରୋକ କରିଥିଲେ’ ବୋଲି କହିଛନ୍ତି। ରାସ୍ତାରୋକ ହୋଇଥିବା ଖବରପାଇ ଘଟଣାସ୍ଥଳକୁ ଯାଇଥିବା ଥାନା ଅଧିକାରୀ ଉମାଶଙ୍କର ନାୟକ କହିଛନ୍ତି। ରୋଗୀଜଣଙ୍କ କୋଭିଡ଼-୧୯ରେ ଆକ୍ରାନ୍ତ ଥିବା ଶୁଣିବାକୁ ପାଇଥିଲୁ, ତାର ରିପୋର୍ଟ ଆମେ ଦେଖିନୁ। ଲୋକଙ୍କୁ ବୁଝାଇ ରୋଗୀକୁ ସ୍ଥାନାନ୍ତର କରାଇଥିଲୁ ବୋଲି ଶ୍ରୀ ନାୟକ କହିଛନ୍ତି। ଘଟଣାକୁ ନେଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି; ‘ଡିସ୍‌ଚାର୍ଜ ନହୋଇ ରୋଗୀଜଣଙ୍କ ଡାକ୍ତରଖାନରୁ ପଳାଇ ଆସିଛି। ଆଣିଥିବା ଘରୋଇ ଆମ୍ବୁଲାନ୍ସ ରୋଗୀକୁ ରାସ୍ତାରେ ଛାଡିନି, ସମ୍ପର୍କୀୟ ଯେଉଁଠାରେ କହିଛନ୍ତି ସେଇଠି ରୋଗୀକୁ ଆମ୍ବୁଲାନ୍ସ ଓହ୍ଲାଇ ଦେଇଯାଇଛି। ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ପୁନର୍ବାର ଡାକ୍ତରଖାନା ପଠାଯାଇଛି ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories