www.samajalive.in
Monday, December 15, 2025
26.1 C
Bhubaneswar

ବନ୍ୟା ଯନ୍ତ୍ରଣାରେ କଲବଲ ସୁନ୍ଦରଗଡ, ବଢୁଛି ଜଲାପୁଟ ଜଳଭଣ୍ଡାର

ଭୁବନେଶ୍ବର: ବନ୍ୟା ଯନ୍ତ୍ରଣାରେ କଲବଲ ହେଉଛି ଭଦ୍ରକ ଜିଲା। ବୈତରଣୀ ନଦୀରେ ବନ୍ୟା ଜଳ କୋପରେ ଧାମନଗରର ଅଧିକାଂଶ ଅଞ୍ଚଳ ଉବୁଡୁବୁ ହେବା ସହ ଭାସୁଛି । ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ ରହିଛନ୍ତି । ସୁବର୍ଣ୍ଣରେଖା ତାଉରେ ବାଲିଆପାଳ ବୁଡିଛି । ଭୋଗରାଇ ଓ ଜଳେଶ୍ୱର ବ୍ଲକର ଅନେକ ଗାଁରେ ବଢି ପାଣି ଲହଡି ଭାଙ୍ଗୁଛି । ବାରମ୍ବାର ବନ୍ୟା କାରଣରୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ତୁକୁମ ଗାଁ ରାସ୍ତା ପୋଲ ଉପରେ ମଧ୍ୟ ଦୁଇ ଫୁଟର ବନ୍ୟା ପାଣି ପ୍ରଭାବିତ ହେଉଛି । ପୋଲ ଉପରେ ବନ୍ୟା ପାଣି ଯୋଗୁ ଯାତାୟାତ ଠପ୍‌ ହୋଇଯାଇଛି । ସେହିପରି କୋରାପୁଟ ଜିଲା ଲମତାପୁଟରେ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ବଢୁଛି ଜଲାପୁଟ ଜଳଭଣ୍ଡାର । ଜଲାପୁଟର ବିପଦ ସଙ୍କେତ ୨୭୫୦ ଘନଫୁଟ, ବର୍ତ୍ତମାନ ରହିଛି ୨୭୪୮ ଘନଫୁଟ୍‌ । ୨ଟି ଗେଟ୍‌ ଖୋଲାଥିବା ବେଳେ ଏହା ମଧ୍ୟ ଦେଇ ୫ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି ।
ଅନେକ ଲୋକେ ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି । ଧାମନଗରରେ ବନ୍ୟା ଜଳରେ ଉବୁଡୁବୁ ହେଉଥିବା ବେଳେ ଚାଷ ଜମି, ଘରଦ୍ୱାର ନଷ୍ଟ ହୋଇଯାଇଛି । ମନୁଷ୍ୟଙ୍କ ସହ ଗୃହପାଳିତ ପଶୁ ମଧ୍ୟ ସମସ୍ୟା ଭିତରେ ରହିଛନ୍ତି । ବୈତରଣୀର ବନ୍ୟାରେ ହସନାବାଦ, ଅର୍ଜୁନପୁର, ପଧାନୀ, ସୋହଡା ଆଦି ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି ।
ସୁନ୍ଦରଗଡରେ ମଧ୍ୟ ପରିସ୍ଥିତି ବେହାଲ୍‌ ହୋଇପଡିଛି । ସାହଜବାହଲରେ ଏକ ଅଘଟଣ ଘଟିବା ମଧ୍ୟ ସାମ୍ନାକୁ ଆସିଛି । ଏଠାରେ ବନ୍ୟା ପାଣିରେ ଏକ ଟ୍ରେଲର୍‌ ଭାସି ଯାଇଛି । ଝଣ୍ଟେଲବୁଡ ନାଳରେ କୋଇଲା ବୋଝେଇ ଟ୍ରେଲର ଓଲଟି ପଡି ଭାସି ଜଣେ ଚାଳକ ନିଖୋଜ ହୋଇ ଯାଇଛନ୍ତି । ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଥିବା ସହ ଭାରୀଯାନ ଚଳାଚଳ ପାଇଁ ବାରଣ କରାଯାଇଛଥିଲା ।

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

ବନ୍ୟାରେ ହାହାକାର.. ଯାଜପୁରର ୪୬ଟି ଗାଁ, ୧୪ ପଞ୍ଚାୟତ ଅଧିକ ପ୍ରଭାବିତ, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ରାଜସ୍ୱ ମନ୍ତ୍ରୀ

- Advertisement -

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories