ଭୁବନେଶ୍ୱର : ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲା ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର ଜିଲା ଗସ୍ତ ପୂର୍ବରୁ ରାଜସ୍ୱମନ୍ତ୍ରୀ କହିଛନ୍ତି, ଯାଜପୁରକୁ ଛାଡି ବାକି ସବୁ ଜିଲାରେ ସ୍ଥିତି ପ୍ରାୟ ସ୍ୱଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇଛି । ୩୦ ରୁ ୪୦ ଗାଁ ପ୍ରଭାବିତ ହୋଇଛି । ପାଣି ଛାଡିଲେ ହିଁ ଘାଇ ମରାମତି ସମ୍ଭବ ବୋଲି ମନ୍ତ୍ରୀ କହିଛନ୍ତି । ୫ ହଜାରରୁ ଅଧିକ ଲୋକ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ।ପ୍ରଭାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ପାଣି ଛାଡିଲେ କ୍ଷୟକ୍ଷତି ଆକଳନ ହେବ, ରିପୋର୍ଟ ଆସିଲେ ତୁରନ୍ତ କ୍ଷୟକ୍ଷତି ପ୍ରଦାନ କରାଯିବ।
ସୂଚନାନୁଯାୟୀ, ବୈତରଣୀ ବନ୍ୟାରେ ଯାଜପୁରର ୪୬ଟି ଗାଁ ଓ ୧୪ ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ଶାଖା ନଦୀ କାଣିରେ ପ୍ରାୟ ୬୦ ଫୁଟର ଘାଇ ସୃଷ୍ଟି ହୋଇ ଦଶରଥପୁରର ଏକାଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ଅନେକ ଲୋକେ ଛାତ ଉପରେ, ସ୍କୁଲ ଘରେ ଆଶ୍ରୟ ନେଇଥିବା ଦେଖାଯାଇଛି ।
ବାସ୍ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..



