www.samajalive.in
Monday, December 8, 2025
14.1 C
Bhubaneswar

ଅଜିତ୍‍ ଡୋଭାଲଙ୍କୁ କାହିଁକି ଏତେ ବିଶ୍ୱାସ କରନ୍ତି ମୋଦୀ

ସମାଜ ଡିଜିଟାଲ ଡେସ୍କ: ଅଜିତ ଡୋଭାଲଙ୍କ ଜନ୍ମ ୧୯୪୫ ମସିହା ୨୦ଜାନୁଆରୀରେ ଉତ୍ତରାଖଣ୍ଡର ଘିରି ଗାଁରେ ହୋଇଥିଲା । ମିଲିଟାରୀ ସ୍କୁଲ ଏବଂ ଆଗ୍ରା ୟୁନିର୍ଭସିଟିରୁ ଶିକ୍ଷା ଲାଭ ପରେ ୧୯୬୮ରେ ସେ କେରଳା କ୍ୟାଡରୁ ଆଇପିଏସ୍‍ ହୋଇଥିଲେ । ଡୋଭାଲ କେନ୍ଦ୍ରୀୟ ସେବାରେ ଯୋଗଦେବା ପୂର୍ବରୁ ୧୯୭୨ମସିହାରେ ଥାଲାସେରିରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ । ୧୯୭୧ରୁ ୧୯୯୯ ପର୍ଯ୍ୟନ୍ତ ଇଣ୍ଡିଆନ୍‍ ଏୟାରଲାଇନ୍ସର ସମସ୍ତ ୧୫ଟି ବିମାନ ଅପହରଣ ସମାପ୍ତିରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ୧୯୭୧ରେ ହିନ୍ଦୁ-ମୁସଲିମ୍‍ ଦଙ୍ଗ ମଧ୍ୟରେ  ଡୋଭାଲ୍‍ଙ୍କ ବୁଝି ବିଚାରି କାର୍ଯ୍ୟ ସହ ଏକ ସପ୍ତାହରେ ଶାନ୍ତି ଫେରାଇ ଆଣି ହିରୋ ସାଜିଥିଲେ ।
୧୯୮୮ମସିହାରେ ଅପରେସନ୍‍ ବ୍ଲାକ୍‍ ଥଣ୍ଡର୍‍ ସମୟରେ ସେ ଆଇଏସ୍‍ଆଇ ଏଜେଣ୍ଟ ଭାବରେ ସ୍ୱର୍ଣ୍ଣ ମନ୍ଦିରରେ ଅନୁପ୍ରବେଶ କରିଥିଲେ । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ସଂଗ୍ରହ କରିଥିଲେ ଏବଂ ସେମାନଙ୍କ ସ୍ଥାନର ନକ୍ସା ପ୍ରସ୍ତୁତ କରିଥିଲେ । ଡୋଭାଲ୍‍ ସେମାନଙ୍କ ଗୋଷ୍ଠୀର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ସେମାନଙ୍କୁ ଅନ୍ତର୍ଘାତ କରିବା ପାଇଁ ଭୁଲ ପରାମର୍ଶ ଦେଇଥିଲେ, ଯାହା ଅପରେସନ୍‍ ବ୍ଲୁଷ୍ଟାର ସମୟରେ ସାହାଯ୍ୟ କରିଥିଲା । ଏଥିପାଇଁ ତାଙ୍କୁ କ୍ରୀତି ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଡୋଭାଲ୍‍ ଏହି ସମ୍ମାନ ପାଇବାରେ ପ୍ରଥମ ପୁଲିସ ଅଫିସର ହୋଇଥିଲେ । ୨୦୦୬ ଏକ ସାକ୍ଷାତକାରରେ ଅଜିତ ଡୋଭାଲ ନିଜେ କହିଥିଲେ ଯେ ଦିନେ ମୁଁ ବିଦ୍ରୋହୀଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲି । ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଥିଲା । ମୋ ପତ୍ନୀ ସେମାନଙ୍କ ପାଇଁ ରୋଷେଇ ମଧ୍ୟ କରିଥିଲେ ।
ଅଜିତ ଡୋଭାଲଙ୍କ କାହାଣୀ ଏକ ଫିଲ୍ମ ଭଳି । ତାଙ୍କ ଜୀବନର ଆଉ ଏକ ରୋଚକ କଥା ହେଲା ଯେତେବେଳେ ସେ ପାକିସ୍ତାନରେ ଗୁପ୍ତଚର କାର୍ଯ୍ୟ କରୁଥିବା ବେଳେ ଧରାପଡିଥିଲେ । ୧୯୮୧ରୁ ୧୯୮୭ମସିହା ପର୍ଯ୍ୟନ୍ତ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନରେ କାର୍ଯ୍ୟରତ ଥିଲେ, ସେତେବେଳେ ଯୁବ ନେତା ଥିବା ନୱାଜ ସରିଫ୍‍ ଙ୍କ ନିକଟତର ହୋଇଥିଲେ । ଡୋଭାଲ ନିଜେ କହିଛନ୍ତି ଯେ ସେ ଲାହୋରରେ ଜଣେ ମୁସିଲିମ୍‍ ବେଶରେ ରହୁଥିଲେ । ହେଲେ ଗୋଟେ ଦିନ ମସଜିଦରୁ ବାହାରକୁ ଆସିବା ବେଳେ ଲମ୍ବା ଦାଢି ରଖିଥିବା ବ୍ୟକ୍ତି ତାଙ୍କୁ ଧରିପକାଇ କହିଥିଲେ ଯେ ତୁମେ ମୁସଲିମ୍‍ ନୁହେଁ ହିନ୍ଦୁ । ପରେ ଜଣାପଡିଥିଲା ଯେ ସେହି ବ୍ୟକ୍ତି ଜଣଙ୍କ ମଧ୍ୟ ହିନ୍ଦୁ, ହେଲେ ଜୀବନ ବଞ୍ଚାଇବା ପାଇଁ ସେ ମୁସଲିମ୍‍ ବେଶରେ ରହୁଥିଲେ ।
ଭାରତୀୟ ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲ୍‍ ପିଏମ୍‍ ମୋଦୀଙ୍କ ପୂର୍ବରୁ ଲାଲକୃଷ୍ଣ ଆଡଭାନୀଙ୍କ ଖୁବ ନିକଟର ରହିଥିଲେ । ଡୋଭାଲ ଯେତେବେଳେ ଆଇବିରେ ଥିଲେ ସେତେବେଳେ ଆଡଭାନୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା । ୨୦୧୪ରେ ଆଡଭାନୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଡୋଭାଲ ଅପେକ୍ଷା କରିଥିଲେ । ଯିଏକି ତାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ପ୍ରସ୍ତୁତ କରିଥାନ୍ତେ । ମୋଦୀ-ଡୋଭାଲଙ୍କ ମଧ୍ୟରେ ସମ୍ପର୍କ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅଧିକ ବଢିଥିଲା । ୨୦୦୪ରେ ମନ ମୋହନ ସିଂହଙ୍କ ସରକାର ଶାସନକୁ ଆସିବା ପରେ ଡୋଭାଲଙ୍କୁ ଆଇବି ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଥିଲା । ୨୦୦୫ରେ ସେ ଅବସର ନେଇଥିଲେ ।
୨୦୦୮ରେ ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦୀ ଡୋଭାଲଙ୍କୁ ଏକ ବିଶ୍ୱବିଦ୍ୟାଳୟର ଉଦଘାଟନ ପାଇଁ ଗୁଜୁରାଟକୁ ନିମନ୍ତ୍ରଣ କରାଯାଇଥିଲା । ୨୦୦୯ରେ ଗୁଜୁରାଟର ଗାନ୍ଧୀନଗରରେ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ଖୋଲାଯାଇଥିଲା । ଯେଉଁଠାରେ ପୁଲିସ ସାଇନ୍ସ ଏବଂ ଇଣ୍ଟରନାଲ ସିକ୍ୟୁରିଟି ବିଷୟରେ ପାଠ ପଢାଯାଉଛି । ଡୋଭାଲ ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍‍ ଗଭର୍ଣ୍ଣରରେ ସାମିଲ ହୋଇଥିଲେ । ୨୦୧୪ ଜାନୁଆରୀରେ  ଡୋଭାଲ କହିଥିଲେ ଯେ ସେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହଁନ୍ତି । ହେଲେ ୨୬ମେ ୨୦୧୪ରେ ଯେତେବେଳେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କଲେ ୩୦ମେ ରେ ଅଜିତ ଡୋଭାଲ ତାଙ୍କର ଏନଏସଏ ହୋଇଗଲେ । ବିଶେଷଜ୍ଞଙ୍କ ଅନୁସାରେ ଡୋଭାଲ ଅବସର ଗ୍ରହଣ କରିବା ପରେ ମୋଦୀ ଏବଂ ବିଜେପି ପାଇଁ ପରଦା ପଛରେ ରହି କାମ କରୁଥିଲେ । ଆଉ ଏବେ ଭାରତକୁ ଡିପଲୋମେଟିକ୍‍ ଭାବେ ଘେରା ଯାଉଥିବା ଦେଖି ପୁଣି ଥରେ ସୁପର୍‍ ଆକ୍ଟିଭ ହୋଇଛନ୍ତି ଡୋଭାଲ । ଅଜିତ ଡୋଭାଲ ଚୀନରେ ବୈଠକ କରିବା ସହ ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଦୁଇ ଦୁଇ ଥର ଭେଟିଥିଲେ । ପରେ ଭାରତ ଉପରେ ଆମେରିକାର ଟାରିଫ୍‍ ଲାଗୁ ପରେ ମସ୍କୋ ଯାଇ ପୁଟିନଙ୍କୁ ଭେଟିଥିଲେ ।
ଏସବୁ ଭିତରେ ସବୁଠୁ ବଡ ପ୍ରଶ୍ନ ଅଜିତ ଡୋଭାଲଙ୍କ ଉପରେ ମୋଦୀ ଏତେ ଭରସା କାହିଁକି କରୁଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଅଜିତ ଡୋଭାଲ ଜଣେ ଭଲ ଓ ବୁଝି ବିଚାରି କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱ ଅଟନ୍ତି । ଯାହାଙ୍କୁ ଭଲ ଭାବରେ ଜଣା ଅଛି ଯେ କେତେବେଳେ କଣ କରିବା ଉଚିତ୍‍ । ଏଭଳି କୂଟନୀତି ଭାରତ ପାଇଁ ବହୁତ ଜରୁରୀ । ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ଏବଂ ଅଜିତ ଡୋଭାଲ ଏକାପରି । ଅନେକ ଲୋକ କୁହନ୍ତି ଯେ ମୋଦୀ କାହା ଉପରେ ଏତେ ସହଜରେ ଭରସା  କରନ୍ତି ନାହିଁ । ଅମିତ ଶାହଙ୍କ  ଉପରେ ମଧ୍ୟ ନୁହେଁ । ଅଜିତ ଡୋଭାଲ ମଧ୍ୟ ଠିକ୍‍ ସେହିପରି । ଏଥିପାଇଁ ଉଭୟଙ୍କ ଯୋଡି ଖୁବ ଭଲ ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories