www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍କେଲା ଏୟାର ପୋର୍ଟରେ ଟ୍ରାଏଲ ରନ :ଆସନ୍ତା ୩୧ରୁ ବିମାନ ଚଳାଚଳ ଆରମ୍ଭ

ଭବାନୀପାଟଣା :ଆସନ୍ତା ଗୁରୁବାର ଦିନ ବହୁ ପ୍ରତିକ୍ଷୀତ ଉତ୍କେଲା ଏୟାର ପୋର୍ଟରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହେବ । ଏଣୁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହେଇ ଯାଇଛି । ଆଜି ଇଣ୍ଡିଆ ୱାନ ଏୟାରର ଏକ ୯ ସିଟର ଯାତ୍ରୀବାହୀ ବିମାନ ଉତ୍କେଲା ଏୟାର ପୋର୍ଟରେ ପରୀକ୍ଷା ମୂଳକ ଭାବେ ଓହ୍ଲାଇ ଥିଲା । ଏହି ବିମାନ ସକାଳ ୯ ଟା ୨୦ ମିନିଟରେ ଉତ୍କେଲା ବିମାନ ବନ୍ଦରରେ ଅବତରଣ କରି ୯ ଟା ୫୦ ମିନିଟରେ ପୁଣି ଭୁବନେଶ୍ୱର ବିମାନବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିଥିଲା ।
ଆସନ୍ତା ୩୧ ତାରିଖ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥା ଅନ୍ୟ ଅଧିକାରୀ ମାନେ ଆଭାସି ମାଧ୍ୟମରେ ଏହି ଏୟାର ପୋର୍ଟକୁ ଉଦ୍ଘାଟନ କରିବେ । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଉତ୍କେଲା ଏୟାର ପୋର୍ଟରେ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମକୁ ତଦାରଖ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories