www.samajalive.in
Saturday, December 6, 2025
14.1 C
Bhubaneswar

ପୋଲ ମରାମତି ପାଇଁ ଯାତାୟତ ବନ୍ଦ

ଭବାନୀପାଟଣା : କଳାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଯୋଲକୋ ଗାଁ ନିକଟରେ ଥିବା ପୋଲର ମରାମତି ଆରମ୍ଭ ହୋଇଛି। ଏଣୁ ଆଜି ସକାଳ ୬ ଟାରୁ ଏହି ପୋଲ ଦେଇ ଯାତାୟତ ବନ୍ଦ ରହିଛି । ପୋଲ ତଳେ ଲୁହା ପିଲାର ଦେଇ ମରାମତି କାମ ଆରମ୍ଭ ହୋଇଛି। ଏଣୁ ଭବାନୀପାଟଣା ଦେଇ ବଲାଙ୍ଗୀର ଏବଂ ଜୟପୁର ଯାତାୟତ କରୁଥିବା ଭାରିଯାନ ଗୁଡ଼ିକ ଅମାଠ ଛକ , ମଦନପୁର ରାମପୁର , ନର୍ଲା , ଛତିଗୁଡ଼ା ଦେଇ ଉଭୟ ପଟୁ ଯାତାୟତ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି । ସେହିଭଳି ଛୋଟ ଗାଡି ଗୁଡ଼ିକ ଲଇତରା ,ମାଟିଆ , ଉତ୍କେଳା ଦେଇ ଉଭୟ ପଟୁ ଭବାନୀପାଟଣା ଯିବାକୁ ପରାମର୍ଶ ଦେଇଛି ପ୍ରଶାସନ ।

ଏହି ମରାମତି କାର୍ୟ୍ୟ ସରିଲେ ଆସନ୍ତା ୨୬ ତାରିଖ ସକାଳ ୬ ଟା ପରେ ଯୋଲକୋ ପୋଲ ଦେଇ ଗାଡି ମୋଟର ଚଳାଚଳ କରିବ ବୋଲି କଳାହାଣ୍ଡି ଜିଲ୍ଲାପାଳ ଏକ ଘୋଷଣାନାମା ଜାରି କରିଛନ୍ତି । ଏହି ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭବାନୀପାଟଣା, କଲେଜ୍ ଛକ ,ଉତକେଲା ,ବୋରିଆ , ଜୋଲକୋ ଛକ ଏବଂ ଅମାଠ ଛକରେ ପୁଲିସ  ମୁତୟନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories