ପ୍ରତିଦିନ ଖିରକୁ ନିଜ ତ୍ବଚା ଯତ୍ନ ପାଇଁ ବ୍ୟବହାର କଲେ, ଚମକ ଆସିବା ସହ ଅନ୍ୟ ସମସ୍ୟା ବି ଦୂରେଇଯାଏ।
ମହୁ ଓ ଖିର:
ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ। ମହୁ ତ୍ୱଚା ପାଇଁ ଔଷଧ ଭଳି କାମ କରେ। ଏହାକୁ ଲଗାଇଲେ ତ୍ବଚାରେ ଚମକ ଆସେ। ତ୍ବଚାକୁ ସଫା କରିବାକୁ ଏକ ଛୋଟ ଚାମଚ ମହୁରେ ଖିର ମିଶାଇ ମୁହଁରେ ଲଗାଇବେ। ୧୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି।
ତ୍ବଚା ଭାଙ୍ଗ:
ଦୁଇ ଚାମଚ ମହୁରେ ଅଧ ଚାମଚ ଗ୍ଲିସେରିନ୍ ଓ ଚାରିଚାମଚ ଖିରସରକୁ ମିଶାଇ ତ୍ବଚାରେ ଲଗାନ୍ତୁ। ସପ୍ତାହରେ ଦୁଇଥର ଏହି ମିଶ୍ରଣ ଲଗାଇଲେ ତ୍ବଚା ଭାଙ୍ଗ ସମସ୍ୟା ଦୂର ହୁଏ।
ଓଠ କଳା:
ଯଦି ଓଠ କଳା ପଡ଼ିଛି, ଖିରକୁ ଓଠରେ ଲଗାଇଲେ ତା’ କଳାପଣ ଦୂର ହୁଏ। ଯଦି ଆପଣଙ୍କ ଓଠ ଫାଟୁଛି, ତେବେ ୨ଚାମଚ ଗୋଲାପଜଳ, ଅଧ ଚାମଚ ଲେମ୍ବୁରସ ସହ ଖିରକୁ ଭଲଭାବେ ମିଶାଇ ଲଗାଇପାରିବେ।
ଖିର ସର:
ଖିର ଲଗାଇଲେ ତ୍ୱଚା ଅଧିକ କୋମଳ ହୁଏ। ଦୁଇ ଚାମଚ ଖିରସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏପରି କଲେ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ। ଖିର ସହ ଗୋଲାପଜଳ ମିଶାଇ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଧୀରେ ଧୀରେ ସଫା ହୁଏ।



