MEllora 950×100

୧୭ରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ହେବ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୭ତାରିଖ ରାତି ୧୦ଟାରୁ ୨ଟା୩୦ ମଧ୍ୟରେ ସ୍ଥାପନ ଶୁଭଖୁଣ୍ଟି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପାନ ତାରିଖ ଚୂଡ଼ାନ୍ତ ନେଇ ଯାତ୍ରା କମିଟି ମୁଖ୍ୟ ପି.ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପଦକ୍ଷେପ ନିଆଯାଇଛି। ଯାତ୍ରା ସମୟରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ନିମନ୍ତେ ପଦେକ୍ଷପ ନିଆଯିବ ବୋଲି ଯାତ୍ରା କମିଟି ମୁଖ୍ୟ ପି.ଦୁର୍ଗାପ୍ରସାଦ ଦେଶୀବେହେରା ପ୍ରକାଶ କରିଛନ୍ତି।

Comments are closed.