www.samajalive.in
Saturday, December 6, 2025
17.1 C
Bhubaneswar

ଏମକେସିଜିରୁ ୮ ବରିଷ୍ଠ ଡାକ୍ତରଙ୍କ ବଦଳିରୁ ଅସନ୍ତୋଷ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏକାସହ  ୮ ଜଣ ବରିଷ୍ଠ ଡାକ୍ତରଙ୍କ ବଦଳିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଖୋଦ ଏମକେସିଜିର କନିଷ୍ଠ ଡାକ୍ତର ସଙ୍ଘ ସ୍ୱାସ୍ଥ୍ୟ ବିଭାଗର ଏହି ନିଷ୍ପତ୍ତିକୁ ବିରୋଧ କରିଛି । ଏହି ମର୍ମରେ ଆଜି ସଙ୍ଘ ପକ୍ଷରୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଙ୍ଘର ସଭାପତି ଡା ସତ୍ୟସ୍ୱରୂପ ପଟନାୟକ କହିବା ପ୍ରକାରେ ଏମକେସିଜି ହେଉଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ହସ୍ପିଟାଲ । ଏଥରେ ୟୁଜି, ପିଜି ଓ ଡିଏମ ଛାତ୍ରଛାତ୍ରୀ ପାଠ ପଢିବା ସହ ଗବେଷଣା ଜାରି ରହିଛି। ଏଭଳି ସ୍ଥିତିରେ ସରକାର ପ୍ରତ୍ୟେକ ମାସରେ ଏଠାରୁ ବରିଷ୍ଠ ଡାକ୍ତରଙ୍କୁ ବଦଳି କରି ଦେଉଛନ୍ତି । ଯାହା ଦ୍ଵାରା ରୋଗୀ ସେବା ବ୍ୟାହତ ହେବା ସହ ପାଠପଢ଼ାରେ ବାଧା ଉପୁଜିବ । ତେଣୁ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ସେ କହିଛନ୍ତି ।
ପ୍ରକାଶଥାଉକି, ଗତ ଦୁଇ ଦିନ ଭିତରେ ଏମକେସିଜିରୁ ୮ ଜଣ ଆସୋସିଏଟ ପ୍ରଫେସରଙ୍କୁ କେଉଁଝର ଓ ସୁନ୍ଦରଗଡ ସ୍ଥିତ ମେଡିକାଲ କଲେଜକୁ ବଦଳି କରାଯାଇଛି । ଗତ ମାସରେ ୧୩ ଜଣ ବରିଷ୍ଠ ଡାକ୍ତରଙ୍କ ବଦଳି ହୋଇଥିଲା । ମାସକ ଭିତରେ ୨୧ ଜଣକ ବଦଳି ହୋଇଥିବା ବେଳେ ତା ବଦଳରେ ମାତ୍ର ୪ ଜଣଙ୍କୁ ଏମକେସିଜି ପଠା ଯାଇଛି । ବାରମ୍ବାର ଡାକ୍ତର ବଦଳିକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ଜଣ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories