ସଇଁନ୍ତଲା: ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣା ବଢ଼ିବାରେ ଲାଗିଛି, ଯାହା ଦ୍ଵାରା ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନିଳଗିରି ଥାନା ଆଇଆଇସି କାର୍ଯ୍ୟରତ ସମ୍ବାଦିକ ଲୋକନାଥ ଦଳେଇଙ୍କୁ ଅମାନବୀୟ ନିର୍ଯ୍ୟାତନା ସହ ଗୋଡ଼ରେ ବେଡ଼ି ପକାଇ ବାନ୍ଧିବା ଘଟଣାକୁ ଆଜି ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ ଦୃଢ ନିନ୍ଦା କରିବା ସହ ସଇଁନ୍ତଲା ଥାନା ସମ୍ମୁଖରେ ନିଲଗିରି ଥାନା ଆଇଆଇସିକୁ ଗିରଫ କରିବା ସଙ୍ଗେ ସଙ୍ଗେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଘ ପକ୍ଷରୁ ଥାନା ଆଗରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ନୀଳଗିରି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଆଇନ ଆଣିବା କଥା ବୋଲି ଦାବି କରିଛନ୍ତି। ବିରୋଧ ପ୍ରଦର୍ଶନୀ ସଭାରେ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା, ରାଖାଳ ଶତପଥୀ, ଅଜିତ ସାହୁ, ନାରାୟଣ ସାହୁ, ରଞ୍ଜନ ବାଗ, ରଞ୍ଜନ କୁମାର ବାଗ, ପୃଥ୍ୱୀରାଜ ବକୁଳ ଓ ଅବିନାଶ ନନ୍ଦ, ଗୋକୁଳାନନ୍ଦ ବଗର୍ତ୍ତି ପ୍ରମୁଖ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ।
ନୀଳଗିରି ଥାନା ଆଇଆଇସିକୁ ଗିରଫ ଦାବି କଲା ସଇଁତଲା ସାମ୍ବାଦିକ ସଂଘ, କଳାବ୍ୟାଚ ପିନ୍ଧି ଥାନା ଆଗରେ ପ୍ରତିବାଦ
Popular Categories



