www.samajalive.in
Monday, December 15, 2025
17.1 C
Bhubaneswar

୫୦ ହଜାର ଟଙ୍କା ଦାଦାବଟି ନଦେବାରୁ ଦୋକାନୀଙ୍କୁ ଖଣ୍ଡାଚୋଟ

ବ୍ରହ୍ମପୁର: ୫୦ ହଜାର ଟଙ୍କା ଦାଦାବଟି ନଦେବାରୁ ବ୍ରହ୍ମପୁରର ଜଣେ ଦୋକାନୀଙ୍କୁ ଖଣ୍ଡାଚୋଟ ଖାଇବାକୁ ପଡ଼ିଛି। ଦୁର୍ବୃର୍ତ୍ତମାନେ ସଂପୃକ୍ତ ଦୋକାନୀଙ୍କ ଘର ଭିତରେ ପଶି ତାଙ୍କୁ ଖଣ୍ଡାରେ ହାଣିବା ସହ ଦୋକାନ ଭିତରେ ଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବିଭିନ୍ନ ସାମଗ୍ରୀକୁ ମଧ୍ୟ ଖଣ୍ଡାରେ ହାଣି ନଷ୍ଟ କରିଦେଇଛନ୍ତି। ଖବରପାଇ ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ବଡବଜାର ଥାନା ଅନ୍ତର୍ଗତ କୈଳାସନଗରରେ ରହୁଥିବା ଗୋପାଳକୃଷ୍ଣ ପଣ୍ଡା ନିଜ ଘର ଭିତରେ ହିଁ ଏକ ଛୋଟିଆ ଦୋକାନ କରିଛନ୍ତି। ୨ ଦିନ ତଳେ ସେହି ଅଞ୍ଚଳରେ ଜଣେ ଅପରାଧୀ ଗୋପାଳକୃଷ୍ଣଙ୍କୁ ଫୋନ କରି ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ଆମେ ୪ ଜଣ ଫେରାର ଅଛୁ ତେଣୁ ୫୦ ହଜାର ନହେଲେ ୩୦ ହଜାର ଟଙ୍କା ଦେବାକୁ ଫୋନ କରିଥିବା ଅପରାଧୀମାନେ ଗୋପାଳକୃଷ୍ଣଙ୍କୁ କହିଥିଲେ। ଏତେ ଟଙ୍କା କେଉଁଠୁ ଆଣିବି ବୋଲି ଗୋପାଳକୃଷ୍ଣ ଉତ୍ତର ଦେବାରୁ ତୁମେ ଦୋକାନ କରିଛ ପୁଅ ଚାକିରି କରି ଆଉ ଟଙ୍କା ନାହିଁ କହୁଛ ବୋଲି ଅପରାଧୀ ଜଣଙ୍କ କହିଥିଲେ। ସେହିପରି ଯଦି ଏହି ଦାଦାବଟି ବିଷୟରେ କାହାକୁ କହିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଅପରାଧୀମାନେ ଚେତାବନୀ ଦେଇଥିଲେ।

 

- Advertisement -

ତେବେ ଅପରାଧୀଙ୍କ ଡରରେ ଗୋପାଳ କାହାକୁ କିଛି ନକହି ଚୁପଚାପ ରହିଯାଇଥିଲେ। ହେଲେ ଆଜି ଅପରାହ୍ନ ୫ଟା ବେଳେ ୨ ଜଣ ଯୁବକ ୨ଟି ଖଣ୍ଡା ଧରି ଗୋପାଳକୃଷ୍ଣଙ୍କ ଦୋକାନ ଭିତରକୁ ପଶି ଟଙ୍କା କାହିଁକି ଦେଲୁନୁ ବୋଲି ପଚାରିଥିଲେ। ଗୋପାଳକୃଷ୍ଣ କିଛି କହିବା ପୂର୍ବରୁ ସେମାନେ ତାଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାର ପ୍ରତିରୋଧ କରିବାକୁ ଖଣ୍ଡାଟି ଗୋପାଳକୃଷ୍ଣଙ୍କ ଡାହାଣ ହାତରେ ବାଜିବା ସହ ସେ ଆହତ ହୋଇଥିଲେ। ଆଉ ତୁରନ୍ତ ଘର ଭିତରକୁ ଦୌଡି ଯାଇ କବାଟ ବନ୍ଦ କରି ଦେଇଥିଲେ।  ଏହାପରେ ଦୁବୃର୍ତ୍ତମାନେ ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀକୁ ହାଣିବା ପରେ ଫେରାର ହୋଇଯାଇଥିଲେ।
ଖବରପାଇ ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୋକାନ ଭିତରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରି ଅପରାଧୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରଖିଛି। ଫୋନ କରିଥିବା ଅପରାଧୀ ଜଣଙ୍କ ରାନୀ ପଣ୍ଡା ବୋଲି ଗୋପାଳକୃଷ୍ଣ ଅଭିଯୋଗ କରିଛନ୍ତି। ପୂର୍ବରୁ ବିଭିନ୍ନ ଅପରାଧରେ ଜଡ଼ିତ ହୋଇ ଏକାଧିକ ଥର ଗିରଫ ହୋଇଥିବା ରାନୀ ପଣ୍ଡାର ଏଭଳି କାରନାମା ସେହି ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories